ଗ୍ୟାଙ୍ଗଷ୍ଟର ଶାହାବୁଦ୍ଦିନ୍‌ଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

ପାଟନା: ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଆର‌ଜେଡି ନେତା ଶାହାବୁଦ୍ଦିନ୍‌ଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିହାରର ସିୱାନ୍‌ ସହରରେ ଗତକାଲି ଏହି ହତ୍ୟାକାଣ୍ଡ ଘଟିଛି। ଉକ୍ତ ହତ୍ୟାକାଣ୍ଡକୁ ବି‌ରୋଧ କରି ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଓ ପୋଡ଼ାଜଳା ଜୋରଦାର ହୋଇଛି। ହତ୍ୟାର ଶିକାର ହୋଇଥିବା ଶାହାବୁଦ୍ଦିନ୍‌ର ଏହି ସମ୍ପର୍କୀୟଙ୍କ ନାମ ମହମ୍ମଦ ୟୁସୁଫ୍‌। ଶହାବୁଦ୍ଦିନ୍‌ଙ୍କ ପୁ୍ଅ ମହମ୍ମଦ ଓସାମାଙ୍କର ଜଣେ ଘନିଷ୍ଟ ବନ୍ଧୁ। ଗତକାଲି କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅଗସ୍ତା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲା

ସମ୍ବନ୍ଧିତ ଖବର