ଆମ୍ବେଦକରଙ୍କ ସଂପର୍କରେ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟିଂ କରି ୪ ଗିରଫ

ବଲିଆ(ଉତ୍ତରପ୍ରଦେଶ): ସୋସିଆଲ ସାଇଟ୍‌ ଫେସ୍‌ବୁକ୍‌ରେ ବି.ଆର୍‌.ଆମ୍ବେଦକରଙ୍କ ସଂପର୍କରେ ଅପମାନଜନକ ପୋଷ୍ଟିଂ କରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ୪ଜଣ ଅଭିଯୁକ୍ତ ରିଓଟି ଅଞ୍ଚଳରେ ଜଣେ ଦଳିତ ଯୁବକଙ୍କୁ ଅସଦାଚରଣ କରିଥିବା ମଧ୍ୟ ଜଣା ପଡ଼ିଛି । ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତ ଦୁର୍ଗେଶ ପାଣ୍ଡେ, ଅଙ୍କେଶ ପାଣ୍ଡେ, ରିତେଶ ଏବଂ ତାଜ୍‌ ନରେନ୍‌ ବୋଲି ଚିହ୍ନଟ କରାଯାଇଛି । ଏହି ୪ଜଣଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଦଳିତ ଯୁବକ ଶିବ ପ୍ରକାଣ ପାଶ୍ୱାନଙ୍କ ଅଭିଯୋଗ କ୍ରମେ ଏମାନଙ୍କୁ ଗିରଫ କରାଯାଇଥିଲା ।

The Indian Express

ଦଳିତ ଯୁବକମାନଙ୍କର ଏ ସମଜରେ ରହିବାର କୌଣସି ସ୍ଥାନ ନାହିଁ । ସେମାନଙ୍କ ଜନ୍ମ ହେବାଟା ହିଁ ଗୋଟେ ଭୁଲ! ଏଭଳି କହି ଏହି ୪ଜଣ ଯୁବକ ଦଳିତ ଯୁବକ ଜଣଙ୍କୁ ଅପମାନ ଦେଇଥିଲେ । ଏହାସହ ସାମାଜରେ ଥିବା ଭେଦଭାବକୁ ଦୂର କରିବା ପାଇଁ ସଂଘର୍ଷ କରିଥିବା ବି.ଆର୍‌. ଆମ୍ବେଦକରଙ୍କୁ ନେଇ ମଧ୍ୟ ସେମାନେ ଅପମାନଜନ କଥା ଲେଖି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ । ଯାହାକୁ ଦେଖିବା ପରେ ଫେସ୍‌ବୁକ୍‌ ବ୍ୟବହାରକାରୀମାନେ ତୀବ୍ର ସମାଲୋଚନା କରିଥିଲେ । ଏହି ଫେସ୍‌ବୁକ ପୋଷ୍ଟ ବିଷୟରେ ପୋଲିସକୁ ଖବର ମିଳିବା ପରେ ପୋଲିସ ଫେସ୍‌ବୁକ୍‌ ପୋଷ୍ଟକୁ ହଟାଇବା ସହ ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର