ଚାରି ଜଣ ନାବାଳକ ମିଶି ୧୯ ବର୍ଷୀୟା ଯୁବତୀଙ୍କୁ କଲେ ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ: ଏକ ୧୯ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଶୁକ୍ରବାର ସଂଧ୍ୟାରେ ହାଇଦ୍ରାବାଦ୍‌ ୟୁନିଭର୍‌ସିଟି ନିକଟରୁ ପୁଲିସ୍‌ ୪ ଜଣ ନାବାଳକଙ୍କୁ ଗିରଫ କରିଛି। ପୀଡ଼ିତା ଜଣକ ହାଇଦ୍ରାବାଦ୍‌ ୟୁନିଭରସିଟି ଛାତ୍ରୀ ବୋଲି ଜାଣିିବାକୁ ମିଳିଛି।

ଘଟଣା ସଂପର୍କରେ ହସ୍ତଗତ ହୋଇଥିବା ଖବର ଅନୁଯାୟୀ, ଅଧାରୁ ସ୍କୁଲ୍‌ ଛାଡ଼ି ଦେଇଥିବା ଏହି ୪ ନାବାଳକ ହାଇଦ୍ରାବାଦ୍‌ ୟୁନିଭରସିଟି ଭିତରକୁ ପାଚେରି ଡେଇଁ ପଶିଥିଲେ। ସେମାନେ ତମ୍ବା ତାର ଚୋରି କରିବା ଉଦେଶ୍ୟରେ ପଶିଥିଲେ। ସେହି ସମୟରେ, ୟୁନିଭରସିଟି ପରିସର ଭିତରେ ପୀଡ଼ିତା ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁ ସେଠାରେ ବସି ପରସ୍ପର ସହ କଥା ହେଉଥିଲେ। ଏମାନେ ପ୍ରଥମେ ସେ ଦୁହିଁଙ୍କୁ ଟଙ୍କା ଏବଂ ମୋବାଇଲ୍‌ ଫୋନ୍‌ ଦେବା ପାଇଁ କହିଥିଲେ। ସେ ଦୁହେଁ ମୋବାଇଲ୍‌ ଏବଂ ଟଙ୍କା ଦେବାକୁ ମନା କରିବାରୁ ଏମାନେ ରାଗରେ ଆସି ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ଯାହା ବି ହେଉଁ ଉଭୟ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ନିଜକୁ ବଞ୍ଚାଇ ୟୁନିଭରସିଟି ବିଲିଡିଂ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଆସି ପହଞ୍ଚିବା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ଗୁଡ଼ାଏ ଅପରାଧୀକ ମାମଲା ରହିଛି ବୋଲି କେତେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର