ଜଲନ୍ଧରରେ ବିଷ ପିଇ ପରିବାରର ୪ ମୃତ, ଦୁବାଇରେ ରହୁଥିଲେ ସ୍ୱାମୀ

ଜଲନ୍ଧର: ପଞ୍ଜାବର ମେନକୋ ଗ୍ରାମରେ ରହୁଥିବା ଜଣେ ମହିଳା ଓ ତାଙ୍କର ୩ ଜଣ ପିଲା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ଦୁବାଇରେ ରହୁଥିଲେ ବୋଲି ଜାଣିବାକୁ ମିଳିଛି।

ମେନକୋ ଗ୍ରାମର ଏହି ମୃତକ ହେଉଛନ୍ତି ବକ୍ସିନ୍ଦରଜିତ୍‌ କୌର୍‌(୪୫), ତାଙ୍କର ତିନିି ପିଲା ଜଶପ୍ରୀତ ସିଂହ(୧୮), ବାଲପ୍ରୀତ କୌର୍‌(୧୪) ଏବଂ ହରମାନଜିତ ସିଂହ(୧୨)। ଆଦମପୁର ପୁଲିସ୍‌ ଷ୍ଟେସନ୍‌ ଇନ୍‌ସ୍ପେକକ୍ଟର ସର୍ବଜିତ୍‌ ସିଂହ କହିଛନ୍ତି।

ପୁଲିସ୍‌ ଆହୁରି ସୂଚନା ଦେଇ କହିଛି ଯେ ଏପରିକି ବିଷ ପିଇ ସାରିବା ପରେ ମହିଳାଙ୍କ ତିନି ପିଲାଙ୍କ ମଧ୍ୟରୁ ସବୁଠାରୁ ବଡ଼ ପିଲା ଜଶପୀତ ସେମାନେ ବିଷ ପିଇଥିବା କଥା ତାଙ୍କ ପାଖ ପଡ଼ିଶାଙ୍କ ଆଗରେ କହିଥିଲା।

ଖବର ଜଣାପଡ଼ିବା ପରେ ସେମାନଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ସେମାନେ ସମସ୍ତଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ଏମାନଙ୍କ ମୃତ ଦେହ ଜବତ କରି ଶରୀର ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ, ସେମାନେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର