ପ୍ଲଟ୍‌ ସଫା କରିବା ପାଇଁ ୪ କୁକୁର ଛୁଆଙ୍କୁ ଜୀବନ୍ତ ଜାଳି ଦିଆଗଲା

ଜଲନ୍ଧର: ପଞ୍ଜାବର ଜଲନ୍ଧରଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜର ପ୍ଲଟ ସଫା କରିବା ପାଇଁ ସେହି ପ୍ଲଟ୍‌ରେ ଥିବା ୪ଟି କୁକୁର ଛୁଆକୁ ଜିଅନ୍ତା ଜାଳି ଦେବା ପରେ ପଶୁ ହିଂସା ଅଭିଯୋଗରେ ଜଲନ୍ଧର ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି।

ଏହି ଘଟଣାକୁ ସ୍ଥାନୀୟ ଲୋକ ଦେଖି ପୁଲିସ୍‌ରେ ଅଭିଯୋଗ ଦେଇଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ପ୍ଲଟ ସଫା କରୁଥିବା ବେଳେ ୪ଟି କୁକୁର ଛୁଆଁଙ୍କୁ ଅତ୍ୟନ୍ତ କ୍ରୁରତାର ସହ ଜୀଅନ୍ତା ଜାଳି ଦିଆଯାଇଥିଲା। ସେମାନଙ୍କ ମାଆ କୁକୁର ବିଚରା ଭାବେ ନିଜ ପିଲାମାନଙ୍କୁ ନିଆଁରେ ଜଳୁଥିବାର ଦୃଶ୍ୟ ନିଜ ଆଖିରେ ଦେଖି ଚାଲିଥିଲା। ନିଆଁ ଲାଗିବା ପରେ ଅତ୍ୟନ୍ତ ବିକଳର ସହ ସେ ନିଜ ନବ ଜନ୍ମିତ ଛୁଆମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ବଞ୍ଚାଇବାରେ ସମର୍ଥ ହୋଇନଥିଲା।

ଗତ ମାର୍ଚ ୨୭ ତାରିଖରେ ଜଲନ୍ଧରର ଜିଟିଭି ନଗରରେ ଏହି ଅମାନବୀୟ ଘଟଣା ଘଟିବା ପରେ ପୁଲିସ୍‌ ଏ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର