ଅବସାଦରୁ ମୁକ୍ତ କରିବା ପାଇଁ ବାବା କରୁଥିଲେ ଯୌନ ଶୋଷଣ

ମହିଳାମାନେ ମାନସିକ ଅବସାଦ ଓ ଅନ୍ୟାନ୍ୟା ସମସ୍ୟାରୁ ମୁକ୍ତ ହେବା ଲାଗି ଜଣେ ବାବାଙ୍କ ପାଖକୁ ନିୟମିତ ଯାଉଥିଲେ। ସେହି ବାବା କିନ୍ତୁ ଏହାର ଫାଇଦା ଉଠାଇ ସେହି ମହିଳାମାନଙ୍କର ଯୌନ ଶୋଷଣ କରୁଥିଲେ। ବ୍ରାଜିଲର ଏହି ଭଣ୍ଡ ବାବାଙ୍କ ନାଆଁ ହେଲା ଜୋଆଓ ଟେକ୍‌ଜିରିଆ ଡି ଫାରିଆ। ତାଙ୍କର ବୟସ ୭୬ ବର୍ଷ। ତାଙ୍କୁ ଲୋକେ ଜୋଆଓ ଅଫ୍‌ ଗଡ୍‌ ଭାବେ ଜାଣନ୍ତି। ଡଚ୍‌ କୋରିଓଗ୍ରାଫର୍‌ ଜାହିରା ଲିନେକେ ମାଉସ୍‌ ଏବଂ ବ୍ରାଜିଲର ଅନ୍ୟ ନଅ ଜଣ ମହିଳା ଏହି ଭଣ୍ଡବାବାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ,ବାବା ସେମାନଙ୍କ ସହ ଅଶ୍ଳୀଳ ଆଚରଣ କରୁଥିଲେ।


ଗ୍ଲୋବାଲ୍‌ ଟେଲିଭିଜନ୍‌ ନେଟ୍‌ଓ୍ଵାର୍କର ଏକ କାର୍ଯ୍ୟକ୍ରମରେ ଏହି ଅଭିଯୋଗ ଆଣିଛନ୍ତି ଯେ, ବାବା ତାଙ୍କ ସହିତ ଦୁୁଷ୍କର୍ମ ମଧ୍ୟ କରିଛନ୍ତି। ଏହି ଭଣ୍ଡବାବାଙ୍କର ଅନୁଗାମୀମାନେ କେବଳ ବ୍ରାଜିଲ୍‌ରେ ନାହାଁନ୍ତି,ବରଂ ଆମେରିକା ,ୟୁରୋପ ଓ ଅଷ୍ଟ୍ରେଲିଆରେ ଅଛନ୍ତି। ଏହା ପୂର୍ବରୁ କେତେକ ନିଉଜ ଚାନେଲରେ ବାବାଙ୍କ ଯୌନ ଶୋଷଣ ସଂପର୍କରେ ଖବର ମଧ୍ୟ ପ୍ରସାରିତ ହୋଇଛି,ମାତ୍ର କେହି ବି ମକଦ୍ଦମା କରି ନ ଥିଲେ।

ସମ୍ବନ୍ଧିତ ଖବର