ପୁଲିସଠୁ ବି ଚତୁର ଚୋର ! ସିବିଆଇ କନଷ୍ଟେବଳଙ୍କ ବ୍ୟାଙ୍କ ଖାତାରୁ ଉଡ଼ାଇନେଲେ ୯୪ ହଜାର ଟଙ୍କା
ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଗୋଟିଏ ସ୍ଥାନକୁ ଯାଇ ଚୋରି କରିବା ପରିବର୍ତ୍ତେ ଘରେ ବସି ଚୋରି କରିବା ଆରମ୍ଭ କରିଛନ୍ତି । ଅନ୍ଲାଇନ୍ ବ୍ୟାଙ୍କିଙ୍ଗର ବ୍ୟବହାର ପାଇଁ ଚୋରମାନେ ଘରେ ବସି ଅନ୍ୟ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଉଠାଇ ନେଉଛନ୍ତି । ଏଥି ପାଇଁ ସାଧାରଣ ଲୋକମାନଙ୍କୁ ସଚେତନ କରାଯାଇଥିବା ବେଳେ ମଧ୍ୟ ଚୋରମାନେ ଚୋରି କରିବା ପାଇଁ ପ୍ରତିଦିନ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି । ଏବେ ଜଣେ ସିବିଆଇ କନଷ୍ଟେବଳ ସାଇବର ଅପରାଧୀଙ୍କ କବଳରେ ପଡ଼ିଥିବା ଅଭିଯୋଗ ହୋଇଛି । ଜଣେ ସିବିଆଇ କନେଷ୍ଟବଳଙ୍କ ଆକାଉଣ୍ଟରୁ ସାଇବର ଅପରାଧୀମାନେ ୯୪ହଜାର ଟଙ୍କା ଉଠାଇ ନେବା ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ଲୋକଙ୍କ ଭଳି ସିବିଆଇ କନଷ୍ଟେବଳ ମଧ୍ୟ ନିଜ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଅଜଣା ନମ୍ବରରୁ ଆସିଥିବା ଫୋନ ଜରିଆରେ ଦେଇଥିଲେ । ଏହାର କିଛି ସମୟରେ ତାଙ୍କ ବ୍ୟାଙ୍କ ଖାତାରୁ ୯୪ହଜାର ଟଙ୍କା ଚୋରି ହୋଇ ଯାଇଥିଲା । ଏ ନେଇ ସେ ପ୍ରଥମେ ନିଜ ଅଫିସରେ ଜଣାଇବା ପରେ ଦକ୍ଷିଣ ଦିଲ୍ଲୀର ସାକେତ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଅନୁଯାୟୀ, ପୀଡ଼ିତଙ୍କୁ କିଛି ଦିନ ପୂର୍ବରୁ ବ୍ୟାଙ୍କ୍ର ଆପ୍ ବ୍ୟବହାର କରିବାରେ ଅସୁବିଧା ହେଉଥିଲା । ଏହାର କାରଣ ଜାଣିବା ପାଇଁ ସେ ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଫୋନ କରିଥିଲେ । କଷ୍ଟମର କେୟାର ଅଧିକାରୀ ଫୋନ ଉଠାଇ ପ୍ରଥମେ ଆପ୍ କାମ କରୁନଥିବା କହିଥିଲେ । ଏହା ପରେ ବ୍ୟାଙ୍କ କଷ୍ଟମର କେୟାର ଅଧିକାରୀ ପିନ୍ ନମ୍ବର,ସିବିବି ଏବଂ ଓଟିପି ନମ୍ବର ମାଗିଥିଲେ । କନଷ୍ଟେବଳ ଜଣଙ୍କ ସବୁ ବିବରଣୀ ଦେବା ପରେ ପୀଡ଼ିତଙ୍କ ଆକାଉଣ୍ଟରୁ ତୁରନ୍ତ ୯୪ହଜାରଟଙ୍କା ଗାଏବ ହୋଇ ଯାଇଥିଲା ।