ବର ଖୋଜିବା ପାଇଁ ଖବରକାଗଜରେ ବିଜ୍ଞାପନ ଦେଲେ ୪୦ବର୍ଷୀୟା ଡ଼ାକ୍ତର,କିଛି ଦିନ ପରେ ମିଳିଲା ଭଲ ବର,ହେଲେ…

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ଜଣେ ୪୦ବର୍ଷୀୟ ମହିଳା ଡ଼ାକ୍ତର ବିବାହ ପାଇଁ ବିଜ୍ଞାପନ ଦେଇ ଠକାମୀର ଶିକାର ହୋଇଥିବା ସୂଚନା ମିଳିଛି । ବିଜ୍ଞାପନ ଦେଖି ଜଣେ ଯୁବକ ତାଙ୍କୁ ବିବାହ ପାଇଁ ଆଗକୁ ଆସିବା ସହ ମହିଳାଙ୍କ ଠାରୁ ୨୬ଲକ୍ଷ ଟଙ୍କା ଠକି ନେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାକୁ ନେଇ ଏବେ ପୁଲିସ ଅଭିଯୁକ୍ତ ଯୁବକକୁ ଖୋଜିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ପୀଡ଼ିତା ବିବାହ ପାଇଁ ଏକ ଆଞ୍ଚଳିକ ଖବରକାଗଜରେ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ଦେଖି ରାମମୂର୍ତ୍ତି ନାମକ ଜଣେ ଯୁବକ ପୀଡ଼ିତାଙ୍କୁ କଲ୍‌ କରି ତାଙ୍କୁ ବିବାହ କରିବା ପାଇଁ କହିଥିଲେ । ଯାହା ପରେ ଦୁଇ ଜଣଙ୍କ ଭିତରେ ଫୋନ ଯୋଗେ ଅନେକ ଥର କଥାବାର୍ତ୍ତା ହୋଇଥିଲା । ପରେ ଦୁଇ ଜଣ ଦେଖା କରିବାର ନିଷ୍ପତ୍ତି ନେଇ ଏକ ସପିଂ ମଲ୍‌ରେ ଦେଖା ହୋଇଥିଲେ ।

ପ୍ରଥମ ଦେଖାରେ ରାମମୂର୍ତ୍ତି ନିଜକୁ ସ୍ୱାସ୍ଥ୍ୟ ବିଭାଗର ମେଡ଼ିକାଲ ଅଫିସର ବୋଲି ପରିଚୟ ଦେବା ସହ ନିଯୁକ୍ତି ବିଭାଗରେ ମଧ୍ୟ କାମ କରୁଥିବା କଥା କହିଥିଲେ । ଯଦି ତୁମ ସଂପର୍କୀୟ କାହାର ଚାକିରି ଦରକାର ତେବେ ତୁମେ ମୋତେ କହିବ ବୋଲି କହି ପୀଡ଼ିତାଙ୍କ ହୃଦୟ ଜିତିଥିଲେ ରାମମୂର୍ତ୍ତି । ପରେ ପୀଡ଼ିତା ନିଜ ସଂପର୍କୀୟ ଏବଂ ବନ୍ଧୁମାନଙ୍କୁ ଚାକିରି ଦେବା ପାଇଁ ରାମମୂର୍ତ୍ତିଙ୍କ ସହ ଦେଖା କରାଇଥିଲେ । ସରକାରୀ ଚାକିରି କରାଇବା ପାଇଁ ରାମମୂର୍ତ୍ତି ପୀଡ଼ିତାଙ୍କ ସଂପର୍କୀୟ ଏବଂ ବନ୍ଧୁମାନଙ୍କଠାରୁ ୨୨ଲକ୍ଷ ଟଙ୍କା ଏବଂ ପୀଡ଼ିତାଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଇଥିଲେ ।

uttarbangasambad.com

 

ଏ ମଧ୍ୟରେ ରାମମୂର୍ତ୍ତି ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ନଭେମ୍ବର ୨୨ରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ନଭେମ୍ବର ୨୦ରୁ ହିଁ ନିଜର ଫୋନ ବନ୍ଦ କରି ନେଇଥିଲେ ରାମମୂର୍ତ୍ତି । ପରେ ସବୁ ବୁଝି ପାରି ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର