ଦିଲ୍ଲୀରେ ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶର ଦୁଷ୍କର୍ମ ରାଜଧାନୀର ପରିଚୟ ହାସଲ କରିଥିବା ଦିଲ୍ଲୀରେ ଆଉ ଏକ ଜଘନ୍ୟ କାଣ୍ଡ ଘଟିଛି। ଦିଲ୍ଲୀର ଜଣେ କ୍ୟାବ୍‌ ଡ୍ରାଇଭର ଓ ତା’ର ଜଣେ ସହଯୋଗୀ ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରିଛନ୍ତି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ପୂର୍ବ ଦିଲ୍ଲୀରେ ରହୁଥିବା ଏହି ପୀଡ଼ିତା ମହିଳା ଜଣକ ଗୁରୁଗ୍ରାମ୍‌ର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସେ ଗୁରୁଗ୍ରାମର ଶଙ୍କର ଚୌକ୍‌ରୁ ଏକ କ୍ୟାବ୍‌ ବୁକ୍‌ କରି ଦକ୍ଷିଣ ପଶ୍ଚିମ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ପୀଡ଼ିତାଙ୍କ ବାଦ୍‌ କାର୍‌ରେ ଅନ୍ୟଜଣେ ଯାତ୍ରୀ ଏବଂ ଗାଡ଼ି ଡ୍ରାଇଭର ସହ ତା’ର ଜଣେ ବନ୍ଧୁ ଉପସ୍ଥିତ ଥିଲା।

ତେବେ କିଛିବାଟ ଯିବାପରେ ଗାଡ଼ିରୁ ଜଣେ ଯାତ୍ରୀ ଓହ୍ଲାଇ ଯିବାପରେ ଡ୍ରାଇଭର ଜଣକ ଏଟିଏମ୍‌ରୁ ପଇସା ଉଠାଇବା ଆଳ ଦେଖାଇ ଅନ୍ୟ ଏକ ବାଟରେ ଗାଡ଼ି ନେଇଥିଲାଏବଂ ନିଛାଟିଆ ଜାଗା ଦେଖି ଗାଡ଼ି ଅଟକାଇବାପରେ ଉଭରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସେମାନେ ପୀଡ଼ିତାଙ୍କୁ ଦ୍ୱାରକା ସେକ୍ଟର ୨୧ ମେଟ୍ରୋ ଷ୍ଟେସନ୍‌ ନିକଟରେ ଛାଡ଼ି ଯାଇଥିଲେ। ପୀଡ଼ିତା ଜଣକ ଉକ୍ତ ଗାଡ଼ି ନମ୍ବର ମନେ ରଖି ଦେଇଥିବାରୁ ପିସିଆରକୁ ଏ ବିଷୟରେ ଅବଗତ କରାଇବାପରେ ପୁଲିସ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର