ମାଡ଼ ମାରି କଲେ ଗଣଦୁଷ୍କର୍ମ, ନିଜକୁ ବଞ୍ଚାଇବା ପାଇଁ ଉଲଗ୍ନ ହୋଇ ଅଧ କିଲୋମିଟର ଦୌଡ଼ିଲେ ପୀଡ଼ିତା

ଜୟପୁର : ରାଜସ୍ଥାନରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି । ମେଳା ବୁଲିବାକୁ ଯାଉଥିବା ଜଣେ ଯୁବତୀଙ୍କୁ ୩ଜଣ ଦୁର୍ବୃତ୍ତ ଅପହରଣ କରି ମାଡ଼ ମାରିବା ଓ ପରେ ଦୁଷ୍କର୍ମ କରିବା ଭଳି ଅଭାବନୀୟ କାଣ୍ଡ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୀଡ଼ିତା ନିଜର ଜୀବନ ବଞ୍ଚାଇବା ପାଇଁ ଉଲଗ୍ନ ହୋଇ ଅଧ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଥିଲେ ବୋଲି ଜଣା ପଡ଼ିଛି । ପୀଡ଼ିତାଙ୍କ ଏଭଳି ଅବସ୍ଥା ଦେଖି ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ସହ ପିନ୍ଧିବା ପାଇଁ ପୋଷାକ ଦେଇଥିଲେ । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ୩ଜଣ ହେଲେ, ନାରାୟଣ ଗୁର୍‌ଜାର, କୈଳାଶ କହର ଏବଂ ରାଜୁ କହର ।

Image result for gangraped-and-beaten-rajasthan-girl-ran-naked-till-she-was-rescued
Dailyhunt

ସୂଚନା ମୁତାବକ, ପୀଡ଼ିତା ଓ ତାଙ୍କର ଜଣେ ବନ୍ଧୁ ଏକ ମେଳାକୁ ବୁଲି ବାହାରିଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ । ପୀଡ଼ିତାଙ୍କ ସାଙ୍ଗ ଖସି ଯିବାରେ ସଫଳ ହୋଇଥିବା ବେଳେ ପୀଡ଼ିତାଙ୍କୁ ଅପହରଣ କରି ନେଇଥିଲେ ଅଭିଯୁକ୍ତ । ପରେ ପାଖରେ ଥିବା ଏକ ପଡ଼ିଆକୁ ନେଇ ୩ଜଣ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ପୀଡ଼ିତା ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ । ଦେହରେ ପୋଷାକ ନଥିଲେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ପ୍ରାୟ ଅଧ କିଲୋମିଟର ଉଲଗ୍ନ ହୋଇ ଦୌଡ଼ିବାକୁ ପଡ଼ିଥିଲା । ଯାହା ପରେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ । ଅଭିଯୁକ୍ତମାନେ ଏଭଳି କାଣ୍ଡ କରିବା ସମୟରେ ନିଶାଗ୍ରସ୍ତ ଥିବା କହିଛି ପୁଲିସ ।

ସମ୍ବନ୍ଧିତ ଖବର