ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ କଲା କମିସନରେଟ ପୁଲିସ୍‌

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନକୁ ରଦ୍ଦ କରିଦେବା ଲାଗି ହାଇକୋର୍ଟରେ କମିସନରେଟ ପୋଲିସ ଆବେଦନ କରିଛି। ରାଜା ଆଚାର୍ଯ୍ୟକୁ ପୁଣି ଜେଲର ଚାରିକାନ୍ଥ ଭିତରକୁ ପଠାଇବା ପାଇଁ ପୁଲିସ୍‌ ଚାହୁଁଛି ବୋଲି ଜାଣିବାକୁ ମିଳିଛି। ରାଜା ଆଚାର୍ଯ୍ୟ ଜେଲରୁ ବାହାରେ ରହିଲେ କିଛି ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଆବେଦନରେ ଦର୍ଶାଇଛି ପୋଲିସ।

ଉଲ୍ଲେଖଯୋଗ୍ୟ, ଗତ ୨୦ ତାରିଖରେ ହାଇକୋର୍ଟରୁ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲା ରାଜା ଆଚାର୍ଯ୍ୟ। ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ଜାମିନ ମିଳିବା ପରେ ଜେଲରୁ ବାହାଥିଲା ସେ। ତେବେ ବିରଞ୍ଚି ଦାସ ହତ୍ୟାକାଣ୍ଡରେ ସଂପୃକ୍ତ ରାଜାଠାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଥିଲେ ଜୁଡୋ କୋଚ ବିରଞ୍ଚି ଦାସଙ୍କ ପତ୍ନୀ ଗୀତାଞ୍ଜଳୀ। ତେବେ ରାଜା ବାହାରେ ରହିଲେ ପୁଣି ତାର ନେଟୱର୍କକୁ ସକ୍ରିୟ କରିବା ଅାଶଙ୍କା ଥିବା ଅନୁଭବ କରି କମିସନରେଟ ପୋଲିସ ତାର ଜାମିନକୁ ଖାରଜ କରିଦେବା ଲାଗି କୋର୍ଟରେ ଅପିଲ କରିଛି।

ସମ୍ବନ୍ଧିତ ଖବର