ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପୁଲିସ ରସୁଲଗଡ଼ ଓଭରବ୍ରିଜ୍ ଉପରୁ ଆଜି ଏକ ଗଞ୍ଜେଇ ଭର୍ତ୍ତି ବଲେରୋ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ଶହେ କେଜି ୭୮୦ ଗ୍ରାମ୍। ଏହି ବେଆଇନ କାରବାରରେ ସଂପୃକ୍ତି ଅଭିଯୋଗରେ ପୁଲିସ ୨ଜଣ ଅଣଓଡ଼ିଆ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ଉତ୍ତରପ୍ରଦେଶ ନଏଡା ଦାଦ୍ରି ଗୌତମବୁଦ୍ଧ ନଗରର ମହମ୍ମଦ ସଫ୍ରାନ୍ ଓ ବିହାର ଖଗଡ଼ିଆ ଜିଲ୍ଲା ମାନ୍ସିର ନିରଜ ପାସ୍ୱାନ୍। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ମୋବାଇଲ, ନଗଦ ୧୫ହଜାର ଟଙ୍କା, ଡିଏଲ୍, ଆଧାର କାର୍ଡ ଓ ଏକ ଏଟିଏମ୍ କାର୍ଡ ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ପୁଲିସ ସୂଚନା ମୁତାବକ, ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ମଞ୍ଚେଶ୍ବର ଥାନା ଖବର ପାଇଥିଲା ଯେ ରସୁଲଗଡ଼ ଫ୍ଲାଏ ଓଭର୍ରେ ସନ୍ଦେହଜନକ ଭାବେ ଏକ ବଲେରୋ ଛିଡ଼ା ହୋଇଛି। ଏସ୍ଆଇ ଏସ୍.କେ ବିଶ୍ବାଳ ଯାଞ୍ଚ ପାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସକୁ ଦେଖି ଗାଡ଼ିଟି କଟକ ଆଡ଼କୁ କ୍ଷୀପ୍ର ଗତିରେ ଚାଲିଯାଉଥିଲା। ପୁଲିସ ଭ୍ୟାନ୍କୁ ଗୋଡ଼ାଇ ପଳାସୁଣି-ଗଙ୍ଗୁଆ ବ୍ରିଜ୍ ମଝିରେ ଅଟକାଇଥିଲା।
ରସୁଲଗଡ଼ ଓଭରବ୍ରିଜ୍ ଉପରୁ ଗଞ୍ଜେଇ ଭର୍ତ୍ତି ବଲେରୋ ଜବତ, ଦୁଇ ଗିରଫ
/sambad/media/post_attachments/wp-content/uploads/2019/08/arrest-aajtak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)