ପୁରୁଣା ଭୁବନେଶ୍ବର : ଗଞ୍ଜେଇ ଜବତ, ୩ ଗିରଫ

ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଜି ଗ୍ୟାରେଜ୍‌ ଛକ ନିକଟରୁ ବିପୁଳ ପରିମାଣର ଗଂଜେଇ ଜବତ କରିବା ସହ ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, କନ୍ଧମାଳ ଜିଲ୍ଲା ଗୋଚ୍ଛମପଡ଼ା ଥାନା ଅଧୀନ ଶଳାଗୁଡ଼ା ଅଞ୍ଚଳର ଉମେଶ କଅଁର(୩୫), ଅନିଲ ଦିଗଲ(୨୩) ଓ ନଦୀପଦର ଗ୍ରାମର କାହ୍ନୁଚରଣ ଦିଗଲ(୨୩)। ସେମାନଙ୍କ ନିକଟରୁ ୨ଟି ଅଖାରେ ଭର୍ତ୍ତି ୨୪ କେଜି ୩୫୫ ଗ୍ରାମ୍‌ର ଗଂଜେଇ, ଏକ କାର୍‌, ୪ଟି ମୋବାଇଲ୍‌, ଓ ୯ହଜାର ୫ଶହ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧିତ ଖବର