ଧୋକାବାଜ୍‌ ପ୍ରେମିକକୁ ହତ୍ୟା କରି ତା’ ମାଂସରେ ଖାଦ୍ୟ ପ୍ରସ୍ତୁତ କରି ବୁଲା କୁକୁରକୁ ଖୁଆଇଲା ପ୍ରେମିକା

ନୂଆଦିଲ୍ଲୀ : ମୋରକ୍କୋରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପ୍ରେମରେ ଧୋକା ଖାଇବା ପରେ ପ୍ରେମିକା କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରେମିକ ଧୋକା ଦେଉଥିବା ଜାଣି ପ୍ରେମିକା ନିଜ ୨୦ବର୍ଷୀୟ ପ୍ରେମିକର ହତ୍ୟା କରିବା ସହ ମାଂସକୁ ଗ୍ରାଇଣ୍ଡିଂ କରି ଚୁନା କରିଥିଲେ । ଏହା ପରେ ଏହି ମାଂସକୁ ନେଇ ପାରମ୍ପାରିକ ଆରବୀ ଖାଦ୍ୟ ମୈଚ୍‌ବୁସ୍‌ ପ୍ରସ୍ତୁତ କରିଥିଲେ । ପରେ ସେହି ଖାଦ୍ୟକୁ ସେ ପାଖରେ କାମ କରୁଥିବା ଦିନ ମଜୁରିଆଙ୍କୁ ଦେବା ସହ ବୁଲା କୁକୁରକୁ ଖାଇବାକୁ ଦେଇଥିଲେ ।

jsdrain.tk

ସୂଚନା ମୁତାବକ, ଅଭିଯୁକ୍ତ ମହିଳା ମୃତ ଯୁବକଙ୍କ ସହ ୭ବର୍ଷ ହେଲା ପ୍ରେମ ସଂପର୍କରେ ରହିଥିବା ବେଳେ ଯୁବକଙ୍କ ସମସ୍ତ ଖର୍ଚ୍ଚ ସେ ଉଠାଉଥିଲେ । କିନ୍ତୁ ୭ ବର୍ଷ ପରେ ଯୁବକ ଆଉ ଜଣଙ୍କ ସହ ପ୍ରେମ ସଂପର୍କ ରଖିଥିବା ଜାଣି ପାରିଥିଲେ ଅଭିଯୁକ୍ତ ମହିଳା । ଏହାର ପରିଣାମ ସ୍ୱରୂପ ସେ ନିଜ ୭ବର୍ଷର ପ୍ରେମକୁ ଶେଷ କରିବାର ନିଷ୍ପତ୍ତି ନେଇଥିଲେ । ହତ୍ୟା ପରେ ଅଭିଯୁକ୍ତ ମହିଳା ନିଜର ଦୋଷ ସ୍ୱୀକାର କରିବା ସହ କରିଥିବା ଅପରାଧ ପାଇଁ ଜମା ବି ଦୁଃଖିତ ନ ଥିବା କହିଛନ୍ତି ।

ସମ୍ବନ୍ଧିତ ଖବର