ଯୌତୁକ ପାଇଁ ବିବାହ ଭାଙ୍ଗିବାରୁ ପ୍ରେମୀଯୁଗଳ ବିଷ ପିଇ କଲେ ଆତ୍ମହତ୍ୟା

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ସିଟିର କୋତବାଲି ଅଞ୍ଚଳରେ ବଜରିଆସ୍ଥିତ ଏକ ହୋଟେଲରେ ପ୍ରେମୀଯୁଗଳ ବିବାହ ଭାଙ୍ଗିବା ହେତୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ଗମ୍ଭୀର ଅବସ୍ଥାରେ ଦୁହିଁଙ୍କୁ ହୋଟେଲ ରୁମ୍‌ରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ ହେଁ ଯୁବତୀର ମୃତ୍ୟୁ ହୋଇଥିବା ବେଳେ ଯୁବକଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଯୁବତୀଙ୍କ ନାମ ପୂଜା ସିଂହ ଓ ଯୁବକଙ୍କ ନାମ ସୁବୋଧ କାନ୍ତ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ବଜରିୟାର ଶୁଭମ ହୋଟେଲରେ ଘଟିଛି। ଏଠାକୁ ଦିଲ୍ଲୀରେ ବସବାସ କରୁଥିବା ପୂଜା ନିଜର ଭାବି ସ୍ୱାମୀ ସୁବୋଧ ସହିତ ବିଳମ୍ବିତ ରାତିରେ ପହଞ୍ଚିଥିଲା। ସକାଳ ହେବାରୁ ସଫେଇ କର୍ମଚାରୀ ରୁମ୍‌ ସଫା କରିବା ପାଇଁ ଆସିଥିଲା, ହେଲେ ବହୁ ସମୟ ଧରି କବାଟ କେହି ଖୋଲି ନଥିଲେ। ସନ୍ଦେହ ହେବାରୁ ହୋଟେଲ ପରିଚାଳକ ଫୋନ୍‌ କରି ପୁଲିସକୁ ଡକାଇ ଥିଲେ। ପୁଲିସ ଉକ୍ତ ହୋଟେଲ ରୁମ୍‌ ଭିତରେ ପଶିଥିଲା ଓ ଦୁହିଁଙ୍କ ପାଖରେ ବିଷ ବୋତଲ ପଡ଼ିଥିବା ଦେଖିବାକୁ ପାଇଥିଲା। ସଙ୍ଗେସଙ୍ଗେ ସେଠାରୁ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ ଏମ୍‌ଏମ୍‌ଜି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

ଉଲ୍ଲେଖଯୋଗ୍ୟ, ଦୁହିଁଙ୍କ ବିବାହ ସ୍ଥିର ହୋଇଥିଲା, କିନ୍ତୁ କୌଣସି କାରଣରୁ ନେଇ ପୁଅପକ୍ଷ ଏହି ବିବାହ ଭାଙ୍ଗି ଦେଇଥିଲେ। ଯୌତୁକ ଦାବିର କାରଣ ବୋଲି କୁହାଯାଉଛି। ଯାହା ଦୁହିଁଙ୍କୁ ବହୁତ ବାଧି ଥିଲା। କୁହାଯାଉଛି କି ଦୁହେଁ ବିଷ ଖାଇବାକୁ ଯାଉଥିବା ନେଇ ପରିବାରଲୋକଙ୍କୁ ସୂଚନା ବି ଦେଇଥିଲେ।

ସମ୍ବନ୍ଧିତ ଖବର