୪୫ ବର୍ଷୀୟ ପ୍ରେମିକାଙ୍କୁ ହତ୍ୟା କଲା ୨୭ ବର୍ଷିୟ ପ୍ରେମିକ

ଗାଜିଆବାଦ: ମାତ୍ର ଦୁଇ ମାସ ତଳେ ଉଭୟ ସୋସିଆଲ ମିଡିଆ ‘ ଫେସବୁକ୍‌ ’ଜରିଆରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ପରେ ପରେ ଏହି ବନ୍ଧୁତ୍ୱ ପ୍ରେମର ରୂପ ନେଇଥିଲା। ୪୫ ବର୍ଷୀୟ ପ୍ରେମିକା ଜଣକ ୨୭ ବର୍ଷୀୟ ପେମିକଙ୍କୁ ନେିଇବେଶ୍‌ ଖୁସି ଥିଲେ। ଏପରିକି ଏହି ସମ୍ପର୍କ ଏମିତି ହୋଇଥିଲା ଯେ ୪୫ ବର୍ଷୀୟ ଏହି ବିବାହିତା ମହିଳା ଜଣକ ମୁମ୍ବାଇରେ ଥିବା ନିଜ ସ୍ୱାମୀ ଓ ପିଲାମାନଙ୍କୁ ଛାଡ଼ି ଆସି ଯୁବକଙ୍କ ସହିତ ଗାଜିଆବାଦରେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହିଥିଲେ। ତେବେ କିଛି ଦିନ ପରେ ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଶେଷରେ ଯୁବକ ଜଣକ ନିଜ ୪୫ ବର୍ଷୀୟ ଲିଭ ଇନ୍‌ ରିଲେସନ୍‌ ପ୍ରେମିକାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ରାତି ୩ଟା ରେ ହତ୍ୟା କରିବା ପରେ ପରଦିନ ରାତି ସାଢ଼େ ୧୧ଟାରେ ଯୁବକ ଜଣକ ଯାଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଯୁବକଙ୍କ ଭଡ଼ା ଘର ତାଙ୍କ ବୟସ୍କା ପ୍ରେମିକାଙ୍କ ମୃତଦେହ ଜବତ କରିଛି।
ଖୋଡ଼ା ଥାନା ଇନସପେକ୍ଟର ଓ ପି ସିଂହଙ୍କ ଠାରୁ ପ୍ରକାଶ ଯେ, ଗାଜିଆବାଦ ନିକଟସ୍ଥ ଖୋଡ଼ା ଠାରେ ପଙ୍କଜ ଯୋଶୀ ନାମକ ଜଣେ ୨୭ ବର୍ଷୀୟ ଯୁବକ ୬ ମାସ ହେବ ଏକ ରେଷ୍ଟରାଣ୍ଟ ଖୋଲିିଛନ୍ତି । ନୈନିତାଲାର ବେତାଲଘାଟ ଅଞ୍ଚଳର ମୂଳ ବାସିନ୍ଦା ଶ୍ରୀ ଯୋଶୀ ଏକୁଟିଆ ଖୋଡ଼ାରେ ରହୁଥିବା ବେଳେ ତାଙ୍କ ବାପାମାଆ ବେତାଲଘାଟରେ ରୁହନ୍ତି। ତେବେ ମୁମ୍ବାଇର ରେଣୁ ସିଂହ (୪୫ ବର୍ଷ)ଙ୍କ ସହିତ ପଙ୍କଜଙ୍କର ଫେସବୁକ୍‌ରେ ବନ୍ଧୁତ୍ୱ ହୋଇଥିଲା। ଏହି ବନ୍ଧୁତ୍ୱରୁ ରେଣୁ ଓ ପଙ୍କଜ ଗତ ୧ ମାସ ହେବ ଲିଭ ଇନ୍‌ ରିଲେସନରେ ଆସି ଗାଜିଆବାଦରେ ରହୁଥିଲେ। ରେଣୁ ବିବାହିତ ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି। ତେବେ ସେ ଅତୀତରେ ୨/୩ ଥର ଗାଜିଆବାଦ ଆସି ପଙ୍କଜଙ୍କୁ ଭେଟିବା ପରେ ଶେଷରେ ୧ ମାସ ହେବ ସ୍ୱାମୀ ଓ ପିଲାମାନଙ୍କୁ ଛାଡ଼ିି ଆସି ଗାଜିଆବାଦରେ ପଙ୍କଜଙ୍କ ସହିତ ରହୁଥିଲେ। ତେବେ ଏହି ୧ ମାସର ଲିଭ ଇନ୍‌ ରଲେସେନ ମଧ୍ୟରେ ସେମାନଙ୍କ ମଧ୍ୟରେ ଛୋଟବଡ଼ କଥାକୁ ନେଇ ମନାନ୍ତର ହୋଇଥିଲା। ଏପରିକି ରେଣୁ ପଙ୍କଜଙ୍କୁ ତାଙ୍କ ବାପାମାଆଙ୍କ ସହିତ ସମ୍ପର୍କ ନ ରଖିବାକୁ ବାଧ୍ୟ କରୁଥିଲେ। ଏହି ଘଟଣା ନେଇ ପଙ୍କଜ ଏମିତି ରାଗି ଯାଇତିଲେ ଯେ ସେ ରେଣୁଙ୍କ ଓଢ଼ଣିରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ରାତି ୩ଟାରେ ପଙ୍କଜ ରେଣୁଙ୍କ ହତ୍ୟା କରିବା ପରେ ଦିନ ତମାମ ଘର ଭିତରେ ବସି ରହିଥିଲେ। ପରେ ରାତି ସାଢ଼େ ୧୧ଟା ବେଳେ ସେ ଖୋଡ଼ା ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ। ପଙ୍କଜ କହିଥିଲେ ଯେ ରେଣୁ ତାଙ୍କୁ ବିଭିନ୍ନ ସମୟରେ ବ୍ଲାକ୍‌ ମେଲିଂ କରୁଥିଲେ। ଯଦି ସେ ତାଙ୍କ ବାପାମାଆଙ୍କ ସହିତ ସମ୍ପର୍କ ବିଛିନ୍ନ ନ କରନ୍ତି ତେବେ ତାଙ୍କ ବିରୋଧରେ ସେ ଦୁଷ୍କର୍ମ ମାମଲା ରୁଜୁ କରିବେ ବୋଲି ରେଉ ଧମକ ଦେଇ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ପୁଲିସ ପଙ୍କଜଙ୍କ ଠାରୁ ଏହି ସୂଚନା ପାଇବା ପରେ ତାଙ୍କ ଭଡ଼ା ଘରେ ପହଞ୍ଚି ରେଣୁଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ସେହିପରି ମୁମ୍ବାଇରେ ରହୁଥିବା ରେଣୁଙ୍କ ସ୍ୱାମୀ ରାଧାମୋହନଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛିି। ରେଣୁଙ୍କ ସମ୍ପର୍କରେ ବିଶେଷ କିଛି ସୂଚନା ମିଳି ନାହିଁ। ତାଙ୍କ ସ୍ୱାମୀ ରାଧାମୋହନ ଆସି ପହଞ୍ଚିବା ପରେ ତାଙ୍କ ବିଷୟରେ ତଧ୍ୟ ମିଳି ପାରିବ ବୋଲି ଇନସପେକ୍ଟର ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର