ନିଜର ପତ୍ନୀ ଓ ତିନି ସନ୍ତାନଙ୍କୁ ହତ୍ୟା କରିବା ପରେ ସେହି ଘଟଣାର ଭିଡିଓ ପରିବାରର ହ୍ଵାଟସ୍‌ଅପ୍‌ ଗ୍ରୁପ୍‌ରେ ଅପଲୋଡ କରି ଫେରାର୍ ହୋଇଗଲେ ସଫ୍ଟଓୟାର ଇଂଜିନିୟର୍‌

ଗାଜିଆବାଦ: ଗତକାଲି ଜଣେ ୩୪ ବର୍ଷୀୟ ସଫ୍ଟଓୟାର ଇଂଜିନିୟର୍‌ ଗାଜିଆବାଦର ଇନ୍ଦିରାପୁରମ୍‌ରେ ଥିବା ନିଜ ଘରେ ନିଜର ପତ୍ନୀ ଓ ତିନି ସନ୍ତାନଙ୍କୁ ହତ୍ୟା କରିବା ପରେ ସେହି ଘଟଣାର ଭିଡିଓ ନିଜ ପରିବାରର ହ୍ଵାଟସ୍‌ଅପ୍‌ ଗ୍ରୁପ୍‌ରେ ଅପଲୋଡ କରିଥିଲେ। ପୁଲିସ କହିଛି ଯେ ହତ୍ୟାପରେ ଅଭିଯୁକ୍ତ ସୁମିତ କୁମାର ଆତ୍ମହତ୍ୟା କରିବା ଲାଗି ପୋଟାସିୟମ୍‌ ସିଆନାଇଡ କିଣିଥିଲେ। ଏହି ଭିଡିଓ ଦେଖିବା ପରେ ସୁମିତ କୁମାରଙ୍କ ଭଉଣୀ ନିଜର ଭିଣୋଇ ପଙ୍କଜ ସିଂହଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ତା’ପରେ ପଙ୍କଜ ସୁମିତ କୁମାର ରହୁଥିବା ଫ୍ଲାଟ୍‌କୁ ଯାଇଥିଲେ।

ପୁଲିସର ସହାୟତାରେ ପଙ୍କଜ ସିଂହ ସୁମିତ କୁମାରଙ୍କ ଘରର କବାଟ ଭାଙ୍ଗିଥିଲେ। ପୁଲିସ ସୁମିତ କୁମାରଙ୍କ ପତ୍ନୀ ଅଂଶୁବାଳା(୩୨),ସେମାନଙ୍କ ୫ ବର୍ଷର ପୁଅ ପ୍ରଥମେଶ,ଜାଆଁଳା ଆରବ ଓ ଆକୃତି(୪) ଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ସେମାନଙ୍କ ମୃତ ଦେହର ପୋଷ୍ଟମର୍ଟମ ଲାଗି ପଠାଯାଇଥିଲା। ସୁମିତ କୁମାରଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

PHOTO-ONEINDIA

ସୁମିତ କୁମାରଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବା ହେତୁ ସେ ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଉଛି। ସେ ବେକାର ଥିଲେ। ଆଗରୁ ଏକାଧିକ ଚାକିରି ଛାଡିଥିଲେ। ସୁମିତଙ୍କ ପତ୍ନୀ ଏକ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଥିଲେ।ଅଭିଯୁକ୍ତ ସୁମିତ କୁମାର ଫେରାର୍ ହୋଇଥିବା ଜଣାଯାଇଛି । ପୁଲିସ ତାଙ୍କୁ ଧରିବାଲାଗି ପ୍ରଚେଷ୍ଟା ଚଳାଇଛି। ଏଣେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର