ସ୍କୁଲରେ ନିଜ ପୁଅକୁ ଆକ୍ରମଣ ହେବା ପରେ ଅଭିଯୋଗ କରିବା ପାଇଁ ପ୍ରଥମେ ସ୍କୁଲ ଓ ପରେ ପୁଲିସ ଷ୍ଟେସନରେ ପହଞ୍ଚିଲେ ମହିଳା, ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ

ଗାଜିଆବାଦ୍‌ : ଗୁରୁବାର ଗାଜିଆବାଦ୍‌ରେ ଘଟିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଭଲ ଶିକ୍ଷା ମିଳିବା ଆଶାରେ ଘରୋଇ ସ୍କୁଲକୁ ନିଜ ପୁଅକୁ ପଢ଼ିବାକୁ ଛାଡ଼ିଥିବା ବେଳେ ପରେ ତାଙ୍କ ପୁଅ ସହ ଯାହା ଘଟିଥିଲା, ସେ ନେଇ ଅଭିଯୋଗ କରିବାକୁ ପହଞ୍ଚିଥିଲେ ମହିଳା । କିନ୍ତୁ ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ଅସଦାଚରଣର ଶିକାର ହେବାକୁ ପଡ଼ିଥିଲା । ଏହା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କୁ ଠିକ୍‌ ସମୟରେ ଡ଼ାକ୍ତରଖାନା ନିଆଯିବାରୁ ତାଙ୍କ ଜୀବନ ବଞ୍ଚି ପାରିଛି ।

ସୂଚନା ମୂତାବକ, ପୀଡ଼ିତାଙ୍କ ପୁଅକୁ ସ୍କୁଲର ଅନ୍ୟ ପିଲାମାନେ ମାଡ଼ ମାରିଥଲେ । ଯାହାର ଅଭିଯୋଗ କରିବା ପାଇଁ ସେ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ପ୍ରିନ୍ସିପାଲଙ୍କ ପାଖକୁ ଛଡ଼ା ଯାଇ ନ ଥିଲା । ଦ୍ୱିତୀୟ ଥର ସ୍କୁଲର ପିଲାମାନେ ତାଙ୍କ ପୁଅକୁ କମ୍ପାସରେ ମାଡ଼ ମାରିବା ପରେ ପୀଡ଼ିତା ମହିଳା ରାଗରେ ସ୍କୁଲ ପହଞ୍ଚି ପାଟି କରିଥିଲେ ଏବଂ ପ୍ରିନ୍ସିପାଲଙ୍କୁ ଦେଖା କରିବାକୁ ଜିଦ୍‌ ଧରିଥିଲେ । କିନ୍ତୁ ସ୍କୁଲରୁ ତାଙ୍କୁ ଅସମ୍ମାନ କରି ବାହାର କରି ଦିଆ ଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ନ୍ୟାୟ ଦେଇ ନ ପାରିବାରୁ ପୀଡ଼ିତା ମହିଳା ବୁଧବାର ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ଅସଦାଚରଣ କରାଯାଇଥିଲା ।

www.everydayhealth.com

ଦୁଇଟି ସ୍ଥାନରେ ନ୍ୟାୟ ଭିକ୍ଷା କରି ନ୍ୟାୟ ନ ମିଳିବାରୁ ପୀଡ଼ିତା ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ । ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଯିବା ପରେ,ପୀଡ଼ିତାଙ୍କ ପୁଅ ବହୁତ ଦୁଷ୍ଟ ଥିଲେ । ସେ ସମସ୍ତଙ୍କ ସହ ଆଗ ଝଗଡ଼ା କରୁଥିବାରୁ ତାଙ୍କୁ ସମସ୍ତେ ମାରୁଥିଲେ ବୋଲି କହି ନିଜର ପ୍ରତିକ୍ରିୟା ରଖିଥିଲେ । ତେବେ ପ୍ରକୃତରେ ଘଟଣା କ’ଣ ଥିଲା, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର