୬ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ପରେ ବିବାହିତା ମହିଳାଙ୍କ ହାତରେ ସିଗାରେଟ୍‌ ଚେଙ୍କ ଦେଇ ସ୍ୱାମୀ ନାଁକୁ ଲିଭାଇଲେ ଅଭିଯୁକ୍ତ

ବଡବାନୀ : ମଧ୍ୟପ୍ରଦେଶର ବଡବାନୀରେ ଜଣେ ବିବାହିତାଙ୍କୁ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିବାର ମାମଲା ସାମ୍ନାକୁ ଆସିଛି । ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ହାତରେ ଲେଖା ଥିବା ତାଙ୍କ ସ୍ୱାମୀ, ଭାଇ ଓ ଓମ୍‌ ନାମକୁ ସିଗାରେଟ୍‌ ଚେଙ୍କ ଦେଇ ଅଭିଯୁକ୍ତ ଲିଭାଇ ଦେଇଥିବା ଜଣା ପଡ଼ିଛି । ଏଭଳି ଅମାନବିକ କାମର ଅଭିଯୋଗ ପୀଡ଼ିତା ପୁଲିସରେ କରିଥିବା ବେଳେ ଫେରାର ଥିବା ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

6 द‍िन तक व‍िवाह‍िता से रेप, पत‍ि के नाम को सिगरेट से दाग कर मिटाया
aajtak.intoday.in

ପୁଲିସର ସୂଚନାନୁସାରେ, ପୀଡ଼ିତା ରାଜପୁରକୁ ଦ୍ୱାଦଶ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଅଭିଯୁକ୍ତଜଣଙ୍କ ବସ୍‌ରେ ଚଢ଼ିଥିଲେ । ଯାହା ପରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାରିବାର ଧମକ ଦେଇ ସେ ପୀଡ଼ିତାଙ୍କୁ ମହାରାଷ୍ଟ୍ର ବସ୍‌ରେ ବସାଇଥିଲେ । କିଛି ବାଟ ପରେ ଏକ ଲାଲ ରଙ୍ଗର ବସ୍‌ ଆସିବାରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ସେହି ବସ୍‌ରେ ବସାଇ ସୁରଟ ନେଇଥିଲେ । ରାତି ୨ଟାରେ ସୁରଟରେ ପହଞ୍ଚିବା ପରେ ସେଠାରୁ ଦୁହେଁ ବଡୋଦରା ବାହାରିଥିଲେ । ବସ୍‌ ଯୋଗେ ବଡୋଦରା ଆସୁଥିବା ବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ହାତରେ ଲେଖାଥିବା ନାଁକୁ ସିଗାରେଟ୍‌ ଚେଙ୍କ ଦେଇ ଲିଭାଇଥିଲେ । ୬ଦିନ ଧରି ତାଙ୍କ ସହ ଦୁଷ୍କର୍ମ କରିବା ପରେ ପୀଡ଼ିତା ଅଚେତ ହୋଇଯିବାରୁ ତାଙ୍କୁ ବଡବାନୀ ଜିଲ୍ଲାର ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିଲା ଅଭିଯୁକ୍ତ । ଅକ୍ଟୋବର ୧ରେ ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଅଚେତ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଇଥିଲା । ଯାହା ପରେ ପୀଡ଼ିତା ସଂପୂର୍ଣ୍ଣ ଘଟଣା ଜଣାଇବା ସହ ଅଭିଯୁକ୍ତ ବିରୋଧରେ ଏତଲା ଦେଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର