ପୁଲିସ ଅଭିଯୋଗ ପାଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ବାଛିନେଲେ ନାବାଳିକା, ଜାଣନ୍ତୁ କାହିଁକି ପୀଡ଼ିତା ନେଲେ ଏଭଳି ପଦକ୍ଷେପ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୧୭ବର୍ଷୀୟ ନାବାଳିକା ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିବା ପରେ ପୀଡ଼ିତାଙ୍କ ମୃତଦେହ ପାଖରୁ ଏକ ଚିଠି ପୁଲିସକୁ ମିଳିଥିବା ବେଳେ ଏପରି କରିବା ପାଇଁ ତାଙ୍କ ପଡ଼ୋଶୀ ଯୁବକ ଦାୟୀ ବୋଲି ପୀଡ଼ିତା ଲେଖିଛନ୍ତି ି । ବାରମ୍ବାର ଯୌନ ଏବଂ ମାନସିକ ସ୍ତରରେ ଶୋଷଣର ଶିକାର ହେବା ପରେ ପୀଡ଼ିତା ଏଭଳି ପଦକ୍ଷପ ନେଇଥିଲେ । ଏହା ସହ ପୁଲିସରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ନିରାଶ ହୋଇ ଏଭଳି ବାଟ ବାଛି ନେଇଥିଲେ ପୀଡ଼ିତା । ଘଟଣାଟି ଗୁରୁବାର ଘଟିଥିବା ବେଳେ ଧିରେ ଧିରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

Everyday Health

ପୀଡ଼ିତା ନିଜ ଶେଷ ଚିଠିରେ, ବାପା ମୋତେ କ୍ଷମା କରିଦେବ । ଭୁଲ ମୋର ନୁହେଁ । ସେ ମୋତେ ସବୁଦିନ ହଇରାଣ କରୁଥିଲା । ଫେସ୍‌ବୁକ୍‌ରୁ ମୋର ଫଟୋ ନେଇ ତାଙ୍କୁ ଅଶାଳୀନ ରୂପ ଦେଇଥିଲା । ସ୍କୁଲ ଯିବା ସମୟରେ ମୋତେ ରୋକିବା ସହ ମୋତେ ଅଶାଳୀନ ଭାବରେ ସ୍ପର୍ଶ କରୁଥିଲା । ଏ ସବୁ ମଧ୍ୟରେ ମୁଁ କ’ଣ କରିଥାନ୍ତି । କାହାକୁ କହିଥିଲେ ଲୋକମାନେ ମୋତେ ଖରାପ କହିବା ସହ ତୁମକୁ ବଦ୍‌ନାମ କରିଥାନ୍ତେ । ଏ ପରିସ୍ଥିତିରେ ମୋର ମରିଯିବା ହିଁ ଭଲ ବୋଲି ଲେଖିଥିବା ଦେଖାଯାଇଛି । ନିଜ ଝିଅକୁ ହରାଇବା ପରେ ଏସବୁ ପାଇଁ ଅଭିଯୁକ୍ତ ସହ ପୁଲିସ ମଧ୍ୟ ଦାୟୀ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା । ପୂର୍ବରୁ ଏ ନେଇ ସୂଚନା ଦିଆଯାଇଥିଲେ ମଧ୍ୟ ପୁଲିସର ଢ଼ିଲା ମନୋଭାବ ପାଇଁ ଆଜି ଏଭଳି ଘଟଣା ଘଟିଛି । ପୀଡ଼ିତାଙ୍କ ବାପାଙ୍କ ଏଭଳି ଅଭିଯୋଗ ପରେ ତୁରନ୍ତ ଦୋଷୀ ପୁଲିସ କର୍ମଚାରୀଙ୍କୁ ଚକିରିରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର