ବ୍ଲାକ୍‌ମେଲିଂ, ଅପହରଣ, ଗଣଦୁଷ୍କର୍ମ; ପାଞ୍ଚ ମାସ ପରେ ସାହସ ଜୁଟାଇ ଅଭିଯୋଗ ଲେଖାଇଲେ ପୀଡ଼ିତା ନାବାଳିକା

ଅଲଓ୍ଵାର: ରାଜସ୍ତାନର ଅଲଓ୍ଵାରଠାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ତାଙ୍କର ଦୁଇ ବନ୍ଧୁ ଓ ଜଣେ ପଡ଼ୀଶାଘର ପିଲା ମିଶି ବ୍ଲାକ୍‌ମେଲ୍‌ କରିବା ସହ ପରେ ଅପହରଣ କରି ତାଙ୍କର ଗଣଦୁଷ୍କର୍ମ କରିଥିଲେ। ସେମାନେ ଏପରି କରିବା ପରେ ପୀଡ଼ିତାଙ୍କୁ ଡରାଇଧମକାଇ ୫ ମାସ ଧରି ତାଙ୍କ ମୁହଁ ବନ୍ଦ ରଖିଥିଲେ ବୋଲି ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସେହି ଦୁଷ୍କର୍ମକାରୀମାନେ ପୁଣି ଥରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ସେ ମୁହଁ ଖୋଲିଥିବା ଜାଣିବାକୁ ମିଳିଛି। ସାହସ ଜୁଟାଇ ପୀଡ଼ିତା ନାବାଳିକା ଜଣକ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଲଓ୍ଵାରର ମହିଳା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆଣିଥିବା ସୂଚନା ରହିଛି।

ପୁଲିସ୍‌ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ୫ ମାସ ତଳେ ଉକ୍ତ ନାବାଳିକାଙ୍କ ମୋବାଇଲ୍‌ ଫୋନ୍‌ରେ ସମାନ୍ୟ ସମସ୍ୟା ଉପୁଜିବାରୁ ସେ ତାଙ୍କର ବନ୍ଧୁକୁ ସେହି ମୋବାଇଲ୍‌କୁ ସଜାଡ଼ିବାକୁ ପାଇଁ ଦେଇଥିଲେ। ବନ୍ଧୁ ଜଣକ ତାଙ୍କ ମୋବାଇଲ୍‌ରେ ଥିବା କିଛି ଫଟୋ ନେଇ ପୀଡ଼ିତାଙ୍କ ବ୍ଲାକ୍‌ମେଲ୍‌ କରିଥିଲେ। ପରେ ସେ ସେହି ଫଟୋଗୁଡ଼ିକୁ ଅନ୍ୟ ୨ ଅଭିଯୁକ୍ତଙ୍କ ସହ ବି ସେୟାର୍‌ କରିଥିଲେ। ସେମାନେ ଫଟୋ ଦେଖାଇ ପୀଡ଼ିତାଙ୍କୁ ବ୍ଲାକମେଲ୍‌ କରିବା ସହ ଅପହରଣ କରି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର