୧୦୦ ଥର ଉଠ୍‌ବସ୍‌ ଏବଂ ୫୦ ହଜାର ଟଙ୍କା ଜରିମାନା ହେବାରୁ ପୀଡ଼ିତାଙ୍କୁ ଜୀବନ୍ତ ପୋଡ଼ିଦେଲେ ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ଗଣଦୁର୍ଷ୍କମର ସରବ୍ୟ ହୋଇଥିବା ଜଣେ ୧୬ ବର୍ଷୀୟ ବାଳିକାକୁ ଶୁକ୍ରବାର ଦିନ ତା’ ପରିବାର ଲୋକଙ୍କ ସାମ୍ନାରେ ଜିଅନ୍ତା ପୋଡ଼ି ଦିଆଯାଇଛି।

ତା’ର ଜଣେ ସମ୍ପର୍କୀୟ କହିଛନ୍ତି: ତା’ଠୁ ବଳି ଖରାପ କଥା ହେଲା ଦୁଷ୍କର୍ମ ଦଣ୍ଡ ବିଧାନ ସ୍ୱରୂପ ଗ୍ରାମ ପଞ୍ଚାୟତ ଅଭିଯୁକ୍ତଙ୍କୁ ୧୦୦ ଥର ଉଠ୍‌ ବସ୍‌ କରାଇବା ଏବଂ ପୀଡ଼ିତା ପରିବାରକୁ ୫୦ ହଜାର ଟଙ୍କା ଜରିମାନା ଆକାରରେ ଦେବାକୁ କହି ଘଟଣାର ସମାଧାନ କରିଦେବା।

ଚତ୍ରା ଜିଲ୍ଲା ଅନ୍ତର୍ଗତ ଇଟ୍‌କୋରି ଥାନା ଅଧୀନ ରାଜକେନ୍ଦୁଆ ଗାଁରେ ଘଟଣା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚାରି ଜଣ ଯୁବକ ସେ ବାଳିକାକୁ ତାଙ୍କ ଘର ନିକଟରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ସେତେବେଳେ ତା’ ପରିବାରର ଲୋକେ କୌଣସି ସ୍ଥାନକୁ ବାହାଘର ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ।

ଶୁକ୍ରବାର ସକାଳେ ମମାଲା ପଞ୍ଚାୟତରେ ପଡ଼ିଥିଲା। ମାମଲାର ସମାଧାନ କରାଇବାପୂର୍ବକ ପଞ୍ଚାୟତ ପୀଡ଼ିତାଙ୍କୁ ଅଭିଯୁକ୍ତ ୫୦ ହଜାର ଟଙ୍କା ଦେଉ ବୋଲି କହିଥିଲେ।

ପଞ୍ଚାୟତର ରାୟରେ ରାଗି ଯାଇ ୪ ଅଭିଯୁକ୍ତ ବାଳିକାର ଘରକୁ ଗଲେ, ତା’ ପରିବାର ଲୋକଙ୍କୁ ପିଟାପିଟି କଲେ ଏବଂ ତାକୁ ଜିଅନ୍ତା ପୋଡ଼ି ମାରି ପକାଇଲେ। ଇଟ୍‌ଖୋରି ଥାନାରେ ବାଳିକା ପରିବାରର ଲୋକେ ଏତଲା ଦେଇଛନ୍ତି।
ଚାରି ଅଭିଯୁକ୍ତ ଫେରାର ଏବଂ ସେମାନଙ୍କୁ ଧରିବାକୁ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର