ସମଲିଙ୍ଗୀ ସଂପର୍କକୁ ବିରୋଧ କରିବାରୁ ପ୍ରେମିକାଙ୍କ ସହ ମିଶି ମା’ଙ୍କୁ କଲେ ହତ୍ୟା ଯୁବତୀ

ଗାଜିଆବାଦ : ଭାରତର ରାଜଧାନୀ ଦିଲ୍ଲୀର କବିନଗରଠାରେ ଏକ ଅଭାବନୀୟ ଘଟଣା ନଜର ଆସିଛି । ସମଲିଙ୍ଗୀ ସଂପର୍କକୁ ବିରୋଧ କରିବାରୁ ଯୁବତୀ ଜଣଙ୍କ ନିଜର ପ୍ରେମିକା ଶିକ୍ଷୟତ୍ରୀଙ୍କ ସହ ମିଶି ନିଜ ମା’ଙ୍କୁ ହତ୍ୟା କରିଛନ୍ତି । ପୁଲିସ ପଚାରଉଚରା ପରେ ଯୁବତୀ ଜଣଙ୍କ ନିଜର ଦୋଷ ସ୍ୱୀକାର କରିବା ସହ ତାଙ୍କୁ ଏବଂ ତାଙ୍କ ପ୍ରେମିକାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି ।
ଘଟଣା ଅନୁଯାୟୀ , ଦିଲ୍ଲୀ କବିନଗରଠାରେ ସତୀଶ କୁମାର ଏବଂ ପୁଷ୍ପା ଦେବୀଙ୍କ ସହିତ ତାଙ୍କ ଝିଅ ରଶ୍ମି ରାଣା ରହୁଥିଲେ । ରଶ୍ମିଙ୍କର ତାଙ୍କ ଶିକ୍ଷୟିତ୍ରୀ ନିଶା ଗୌତମଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ତାଙ୍କର ଏହି ସମଲିଙ୍ଗୀ ସଂପର୍କଙ୍କୁ ତାଙ୍କ ମାତା ପୁଷ୍ପା ପସନ୍ଦ କରୁନଥିଲେ । ଏ ନେଇ ସେ ରଶ୍ମିଙ୍କୁ ଅନେକ ଅପବାକ୍ୟ ମଧ୍ୟ କହୁଥିଲେ । ରଶ୍ମି କିନ୍ତୁ ତାଙ୍କ ସାଥି ଶିକ୍ଷୟତ୍ରୀ ନିଶା ଗୁପ୍ତାଙ୍କ ସହ ସଂପର୍କ ଭାଙ୍ଗିବାକୁ ଚାହୁଁନଥିଲେ । ଏଣୁ ସେ କ୍ରୋଧରେ ଆସି ତାଙ୍କ ମା’ଙ୍କ ମୁଣ୍ଡକୁ ଏକ ଲୁହା ରଡ଼ରେ ବାଡ଼େଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଭୀଷଣ ଆଘାତ ହୋଇଥିଲା। ଏହାପରେ ମଧ୍ୟ ତାଙ୍କ ମନ ଶାନ୍ତ ହୋଇନଥିଲା ଏବଂ ସେ ବାରମ୍ବାର ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ପୁଷ୍ପାଙ୍କର ମୃତ୍ୟୁ ଘଟିଥିଲା ।

Bridge Magazine

ଘଟଣା ସମୟରେ ଘରେ ରଶ୍ମିଙ୍କ ବାପା ସତୀଶ ଉପସ୍ଥିତ ନଥିଲେ । ଘଟଣା ସଂପର୍କରେ ଜାଣିବା ପରେ ସତୀଶ, ଝିଅ ରଶ୍ମି ଏବଂ ତାଙ୍କ ପ୍ରେମିକାଙ୍କ ବିରୋଧରେ କବିନଗର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ପରେ ପୁଲିସ ରଶ୍ମିଙ୍କୁ ଘଟଣା ସମ୍ବନ୍ଧୀୟ ପଚରାଉଚରା କରିଥିବା ବେଳେ ସେ ନିଜର ଦୋଷ ସ୍ୱୀକାର କରିଥିଲେ। ବର୍ତ୍ତମାନ ରଶ୍ମି ଏବଂ ତାଙ୍କର ସାଥି ନିଶାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର