ଏଭଳି ମାତା-ପିତା ଭଗବାନ କାହାକୁ ନ ଦିଅନ୍ତୁ ବୋଲି ଲେଖି ଆତ୍ମହତ୍ୟା କଲେ ନାବାଳିକା

ନୂଆଦିଲ୍ଲୀ : ପ୍ରତି ମାତା-ପିତାଙ୍କ ପାଇଁ ସେମାନଙ୍କ ପିଲାମାନଙ୍କ ଖୁସି ସବୁଠାରୁ ଆଗରେ ରହିଥାଏ । କିନ୍ତୁ ଦିଲ୍ଲୀର ରାଜପାର୍କ ଅଞ୍ଚଳରେ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଦୋହଲାଇ ଦେଇଛି । ଏଠାରେ ରହୁଥିବା ଜଣେ ନାବାଳିକା ଆତ୍ମହତ୍ୟା କରି ନେବା ସହ ନିଜ ମାତା-ପିତାଙ୍କୁ ଦାୟୀ କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ, ମୁଁ ନାବାଳିକା ହୋଇଥିଲେ ମଧ୍ୟ ମୋ ମାତା-ପିତା ମୋର ବିବାହ କରାଇବାକୁ ଚାହୁଁଥିଲେ । ଯାହା ପାଇଁ ମୁଁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛି ବୋଲି ଚିଠିରେ ଲେଖିଛନ୍ତି ପୀଡ଼ିତା । ୧୬ବର୍ଷୀୟ ପୀଡ଼ିତା ଶେଷରେ ଏଭଳି ମାତା-ପିତା ଭଗବାନ କାହାକୁ ନ ଦିଅନ୍ତୁ । ଏମାନେ କେବଳ ନିଜ ଖୁସି ବିଷୟରେ ଭାବନ୍ତି ବୋଲି ଲେଖିଥିବା ଜଣା ପଡ଼ିଛି । ଚିଠି ଲେଖିବା ପରେ ପୀଡ଼ିତା ନିଜ ଶୋଇବା ଘରେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

oneindia.com

ସୂଚନା ମୁତାବକ, ପୀଡ଼ିତା ୧୦ମ ଶ୍ରେଣୀର ଛାତ୍ରୀ ଥିବା ବେଳେ ସେ ନିଜ ସହପାଠୀଙ୍କୁ ପସନ୍ଦ କରୁଥିଲେ । ଏ ନେଇ ସେ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ପରିବାର ଲୋକ ଜାଣିବା ପରେ ପୀଡ଼ିତାଙ୍କ ବିବାହ ଅନ୍ୟ ଯୁବକଙ୍କ ସହ ଠିକ୍‌ କରିଥିଲେ । ବାରମ୍ବାର ମନା କରିବା ପରେ ଘର ଲୋକେ ନ ମାନିବାରୁ ପୀଡ଼ିତା ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର