ବିବାହ ପାଇଁ ମନା କରିବାରୁ ଯୁବତୀଙ୍କ କୋପର ଶିକାର ଯୁବକ, ଏସିଡ୍‌ ମାଡର ହେଲେ ଶିକାର

ଲକ୍ଷ୍ମୌ: ଉତ୍ତରପ୍ରଦେଶ ସୁଲତାନପୁରରେ ଜଣେ ଯୁବତୀର ଏସିଡ ମାଡରେ ଯୁବକ ଗୁରୁତା ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପାଖାପାଖି ବର୍ଷକ ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତାକୁ ପୁଲିସ ଗିରଫ କରି ନେଇଛି।

ସୂଚାଯୋଗ୍ୟ, ଏହି ଘଟଣା ମୋତିଗରପୁର ଥାନାର ଦୋମନପୁରର ଗତ ବର୍ଷର ଘଟଣା କିନ୍ତୁ ଏହି ମାମଲାର ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି । ୨୦୧୭ ନଭେମ୍ବର ୨୮ରେ ଏହି ଘଟଣା ଘଟିଥିଲା । ଏଥିରେ ଗାଁରେ ରହୁଥିବା ପବନ ସିଂହଙ୍କ ଉପରେ ତାଙ୍କର ପ୍ରେମିକା ଲଲିତା ଏସିଡ୍‌ ଆକ୍ରମଣ କରିଥିଲା। ଏଥିରେ ଅଭିଯୁକ୍ତା ପ୍ରେମିକାକୁ ପୁଲିସ୍‌ ଗିରଫ କରି ଜେଲ୍‌ ପଠାଇ ଦେଇଛି । ଏହି ଘଟଣା ଘଟିବା ତୁରନ୍ତ ପରେ ହିଁ ତାଙ୍କ ପରିଜନ ଥାନାରେ ଅଭିଯୋଗ ଆଣିଥିଲେ । ତଥାପି ବି ଯୁବତୀ ଗିରଫ ହେଉ ନଥିଲେ । ଏହାପରେ ସେମାନେ କୋର୍ଟର ସାହାଯ୍ୟ ନେଇଥିଲେ ଶେଷରେ ତାଙ୍କୁ ନ୍ୟାୟ ମିଳିଥିଲା।

ସମ୍ବନ୍ଧିତ ଖବର