କବାଟ ବାଡ଼େଇ ପିଇବାକୁ ପାଣି ମାଗିଲେ: କବାଟ ଖୋଲିବା ପରେ ବାପା ଆଗରେ ଝିଅ ସହ ଦୁଷ୍କର୍ମ କଲେ ଗାଁର ୬ଜଣ ଯୁବକ

ନୂଆଦିଲ୍ଲୀ: ବିହାରରେ ଘଟିଛି ଅମାନୁଷିକ ଘଟଣା । ବାପା ସମ୍ମୁଖରେ ଗାଁର ୬ ଜଣ ଯୁବକ ଜଣେ ଝିଅକୁ ଗଣ ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାନବିକତା ଦୃଷ୍ଟିରୁ ପୀଡ଼ିତାଙ୍କ ବାପା ସାହାଯ୍ୟ କରିବାକୁ ଭାବିଥିବା ବେଳେ ତାହା ତାଙ୍କୁ ଭାରି ପଡ଼ିଛି । ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଏବଂ ତାଙ୍କ ବାପା ଏ ନେଇ ପୁଲିସକୁ ଜଣାଇଥିଲେ । ଅଭିଯୋଗ ପାଇ ପୁଲିସ ଏବେ ୬ଜଣ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି । ଅଭିଯୁକ୍ତମାନେ ହେଲେ, ଫୈଜ୍‌ ଆଲମ୍‌(୨୧), ଅବ୍‌ଦୁଲ ମନ୍ନାନ(୨୭), କାଳୁ(୩୫), ମୋ.ତକ୍‌ସୀର(୨୪), ବ.ଅଂସାର(୩୫) ।

neonaloy.com

ସୂଚନା ମୁତାବକ, ସୋମବାର-ମଙ୍ଗଳବାର ମଧ୍ୟରାତ୍ରରେ ଅଭିଯୁକ୍ତମାନେ ଆସି ପୀଡ଼ିତାଙ୍କ ଘରର କବାଟ ବାଡ଼େଇବା ସହ ପିଇବା ପାଇଁ ପାଣି ମାଗିଥିଲେ । ଏହା ଶୁଣି ପୀଡ଼ିତାଙ୍କ ବାପା କବାଟ ଖୋଲି ଦେବାରୁ ଅଭିଯୁକ୍ତମାନେ ଘର ଭିତରକୁ ପଶି ଆସି ପୀଡ଼ିତା ଏବଂ ତାଙ୍କ ବାପାଙ୍କୁ ଘରୁ ଟାଣି ନେଇଥିଲେ । ଘର ଠାରୁ ଅଧ କିଲୋମିଟର ଦୂରରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ବାପାଙ୍କୁ ବାନ୍ଧି ଦେବା ସହ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଯିବା ପୂର୍ବରୁ ଘଟଣା ବିଷୟରେ କାହାକୁ କହିଲେ ଦୁହିଁକୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇ ଅଭିଯୁକ୍ତମାନେ ଚାଲି ଯାଇଥିଲେ । ପ୍ରଥମେ ଅଭିଯୋଗ କରିବେ ନାହିଁ ବୋଲି ପୀଡ଼ିତାଙ୍କ ବାପା ଭାବିଥିବା ବେଳେ ପରେ ଅଭିଯୋଗ ନ କଲେ ଅଭିଯୁକ୍ତମାନଙ୍କ ସାହାସ ବଢ଼ିବ ବୋଲି ଭାବି ବୁଧବାର ଯାଇ କୋଢ଼ୋଓ୍ଵାସୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର