ଦୁଷ୍କର୍ମର ଅରୋପ ଲଗାଇଥିବା ଯୁବକଙ୍କୁ ଜେଲରେ ବିବାହ କଲେ ଯୁବତୀ, ପୂରା କାହାଣୀ ଥିଲା କିଛି ଏମିତି…

ଜମୁଇ(ପଟ୍‌ନା): ବିହାରର ଜମୁଇ ଜେଲରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ । ତିନି ବର୍ଷ ପୂର୍ବରୁ ଯାହା ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ ଯୁବତୀ, ସେହି ଯୁବକଙ୍କୁ ବିବାହ କରିଥିଲେ । ଏହି ମାମଲାରେ କୋର୍ଟଙ୍କ ରାୟ ପରେ ଗତକାଲି ପୁଲିସ ଷ୍ଟେସନରେ ହିନ୍ଦୁ ରୀତିନିତି ଅନୁଯାୟୀ ଆରୋପୀ ଏବଂ ପୀଡ଼ିତାଙ୍କର ବିବାହ ସଂପନ୍ନ କରାଯାଇଛି ।

Arabia Weddings

ସୂଚନା ମୁତାବକ,ଏହି ଘଟଣାଟି ଘଟିଥିଲା ତିନି ବର୍ଷ ତଳେ । ପୀଡ଼ିତା ଏବଂ ଅଭିଯୁକ୍ତ ପରସ୍ପରକୁ ଭଲ ପାଇ ବସିଥିଲେ । ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଏହି ବିଷୟରେ ଜଣା ପଡ଼ିବା ପରେ ସେମାନେ ଦୁଇ ଜଣଙ୍କ ବିବାହ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିିରେ ଅଭିଯୁକ୍ତଙ୍କ ପରିବାର ଲୋକେ ରାଜି ହୋଇ ନଥିଲେ । ଯାହା ଫଳରେ ପୀଡ଼ିତାଙ୍କ ବାପା ପୁଲିସରେ ଦୁଷ୍କର୍ମର ଏତଲା ଦେଇଥିଲେ । ପରେ କୋର୍ଟର ଆଦେଶ କ୍ରମେ ତାଙ୍କୁ ଜେଲକୁ ପଠାଯାଇଥିଲା । ଜେଲରେ ରହିବା ପରେ ଅଭିଯୁକ୍ତ ଜଣଙ୍କ ବିବାହ କରିବା ପାଇଁ ରାଜି ହୋଇ ଯାଇଥିଲା । ଏ ବିଷୟରେ ଅଦାଲତକୁ ଜଣାଇ ଦିଆଯିବା ପରେ ଦୁଇ ଜଣଙ୍କ ବିବାହ କରିବା ପାଇଁ ଆଦେଶ ଦେଇଥିଲେ ବିଚାରପତି । ବିବାହ ପରେ ଅଭିଯୁକ୍ତକୁ ଜେଲକୁ ନିଆଯାଇଥିବା ବେଳେ ପୀଡ଼ିତା ତାଙ୍କ ବାପ ଘରକୁ ଚାଲି ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର