ଇନ୍‌ଷ୍ଟାରେ ସାଙ୍ଗ ହେବା ପରେ ଲିଭ୍‌ ଇନ୍‌ରେ ରହୁଥିଲେ ପ୍ରେମୀଯୁଗଳ, ୮ଲକ୍ଷ ହଡ଼ପ କରି ଫେରାର ହେଲା ପ୍ରେମିକା

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ଲୁଟେରା ପ୍ରେମିକା କରିଥିବା କାମ ଚର୍ଚ୍ଚାର ବିଷୟ ପାଲଟିଛି । ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଏକ କମ୍ପାନୀର ମୁଖ୍ୟାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କଠାରୁ ୮ଲକ୍ଷ ଟଙ୍କା ଠକି ନେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟଙ୍କା ହଡ଼ପ କରିବା ପାଇଁ ଯୁବତୀଜଣକ ପୀଡ଼ିତଙ୍କ ସହ କିଛି ମାସ ପର୍ଯ୍ୟନ୍ତ ନୋଏଡ଼ାରେ ଲିଭ୍‌ ଇନ୍‌ରେ ରହିବା ଆରମ୍ଭ କରିଥିଲେ ।

ଧିରେ ଧିରେ ବାପାଙ୍କ ଦେହ ଖରାପ ବୋଲି କହି ପୀଡ଼ିତଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲେ ଅଭିଯୁକ୍ତ ପ୍ରେମିକା । ପାଖାପାଖି ୮ଲକ୍ଷ ଟଙ୍କା ନେବା ପରେ ୨ଲକ୍ଷ ଟଙ୍କା ମାଗିବାରୁ ପୀଡ଼ିତ ନାହିଁ ବୋଲି କହି ମନା କରି ଦେଇଥିଲେ । ଏହା ପରେ ପ୍ରେମିକା ନେଇଥିବା ଟଙ୍କା ଫେରାଇବା ପରିବର୍ତ୍ତେ ଫେରାର ହୋଇ ଯାଇଥିଲେ । ପୀଡ଼ିତ ଏ ନେଇ ତଦନ୍ତ କରିବା ପରେ ଅଭିଯୁକ୍ତ ପ୍ରେମିକା ଆଉ ଜଣଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ସହ ତାଙ୍କ ଘରେ କେହି ରୋଗ ଗ୍ରସ୍ତ ନ ଥିବା ଜାଣି ପାରିଥିଲେ । ସବୁ ଜାଣିବା ପରେ ପୀଡ଼ିତ ଏବେ ସେକ୍ଟର-୩୯ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

Hyper Leo

ପୀଡ଼ିତ ଅନ୍‌ମୋଲଙ୍କ କହିବା ଅନୁଯାୟୀ, ୨୦୧୭ରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବତୀଙ୍କୁ ଫଲୋ କରିବା ପରେ ଦୁହେଁ ପରସ୍ପରକୁ ନମ୍ବର ନେଇ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ସହ ଅଭିଯୁକ୍ତ ପ୍ରେମିକା ଆସି ଅନ୍‌ମୋଲଙ୍କ ପାଖରେ ରହିବାକୁ ଲାଗିଲେ । କିଛି ଦିନ ରହିବା ପରେ ବାପାଙ୍କ ଦେହ ଖରାପ ବୋଲି କହି ପ୍ରେମିକା ଟଙ୍କା ମାଗିବାରୁ ଅନ୍‌ମୋଲ ନିଜ ମା’ଙ୍କ ପିଏଫ୍‌ ଆକାଉଣ୍ଟରୁ ଟଙ୍କା କାଢ଼ି ଅଭିଯୁକ୍ତକୁ ଦେଇଥିଲେ । କିନ୍ତୁ ୮ଲକ୍ଷ ଟଙ୍କା ନେବା ପରେ ସେ ହଠାତ୍‌ ଗାଏବ ହୋଇ ଯାଇଥିଲେ ।

ସମ୍ବନ୍ଧିତ ଖବର