ଅନ୍ତେବାସୀଙ୍କୁ ନିର୍ଯାତନା

ଖଣ୍ଡଗିରି: ସ୍ଥାନୀୟ ଗାନ୍ଧୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରାବାସରେ ଛାତ୍ରମାନଙ୍କୁ ୱାର୍ଡେନ୍‌ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ୍‌ରୁ ଘଟଣା ପ୍ରଘଟ ହେବା ପରେ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାରଣା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରି ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଧିକ ଖୋଳତାଡ଼ କରୁଛି। ତେବେ ଏହି ମାମଲାର ତଦନ୍ତ ସରିନଥିବାରୁ ଅଭିଯୁକ୍ତ ୱାର୍ଡେନ୍‌ଙ୍କୁ ଗିରଫ କରାଯାଇନାହିଁ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର