କିଛି ଦିନର ବନ୍ଧୁତା ପରେ ବଦଳିଲା ଚିତ୍ର, ମା’ଙ୍କ ଗହଣା ସହ ଇଜ୍ଜତ ହରାଇଲେ ସବ୍‌ଇନ୍‌ସ୍ପେକ୍ଟରଙ୍କ ଝିଅ

ଭୋପାଳ: ଭୋପାଳରେ ଜଣେ ସବ୍‌ଇନ୍‌ସ୍ପେକ୍ଟରଙ୍କ ଝିଅ ବ୍ଲାକ୍‌ମେଲ ସହ ଦୁଷ୍କର୍ମର ଶିକାର ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚାକିରି ଦେବା ବାହାନାରେ ପୀଡ଼ିତାଙ୍କ ସାଙ୍ଗମାନେ ତାଙ୍କଠାରୁ ଅନେକ ଗହଣା ଲୁଟିନେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ପରେ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Defend Europa

ସୂଚନା ମୁତାବକ, ପୀଡ଼ିତା ଏକ ଘରୋଇ କଲେଜରେ ପଢ଼ୁଥିବା ବେଳେ ତାଙ୍କର ବନ୍ଧୁତା ପ୍ରଶାନ୍ତ ଦାହିଆ, ପ୍ରତୀକ୍‌ ଦାହିଆ, ସୌରଭ ରଘୁବଂଶୀ ଏବଂ ନୀତିନ ରଘୁବଂଶୀଙ୍କ ସହ ହୋଇଥିଲା । ପୀଡ଼ିତା ପ୍ରଥମେ ପ୍ରଶାନ୍ତଙ୍କ ସହ କଥା ହେବା ଆରମ୍ଭ କରିଥିଲେ । କିନ୍ତୁ କିଛି ଦିନ ପରେ ଯେତେବେଳେ ପୀଡ଼ିତା ପ୍ରଶାନ୍ତଙ୍କୁ ଫୋନ କରୁଥିଲେ ସେତେବେଳେ ପ୍ରତୀକ୍‌ ଫୋନ ଉଠାଇବା ସହ ପ୍ରଶାନ୍ତ ଦେହ ଖରାପ କହି ନିଜେ କଥା ହେବା ଆରମ୍ଭ କରିଥିଲା । କିଛି ଦିନ କଥା ହେବା ପରେ ପୀଡ଼ିତା ପ୍ରତୀକ୍‌ଙ୍କ ନିକଟତର ହୋଇଥିଲେ । ଏହାର ଫାଇଦା ଉଠାଇ ପ୍ରତୀକ୍‌ ପୀଡ଼ିତାଙ୍କ ଅନ୍ତରଙ୍ଗ ଫଟୋ ଉଠାଇବା ସହ ତାଙ୍କୁ ବ୍ଲାକ୍‌ମେଲ କରିଥିଲେ । ଟଙ୍କା ମାଗିବାରୁ ପୀଡ଼ିତା ୪୦ହଜାର ଟଙ୍କା ଦେଇ ଫଟୋ ଘରକୁ ପଠାଅ ନାହିଁ ବୋଲି କହିଥିଲେ । ଜାନୁଆରି ୨୦୧୮ରୁ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ଚାକିରି ଦେବାର ଆଶା ଏବଂ ଫଟୋ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତମାନେ ପୀଡ଼ିତାଙ୍କଠାରୁ ୪ଲକ୍ଷ ଟଙ୍କା ନେଇ ସାରିଥିଲେ । ଶେଷରେ ପୁଲିସରେ ଅଭିଯୋଗ କରିବା କଥା କହିବା ପରେ ପୀଡ଼ିତାଙ୍କୁ ଏକ ଢ଼ାବାକୁ ଡ଼ାକି ଦୁଷ୍କର୍ମ କରିଥିଲା ପ୍ରତୀକ୍‌ । ସବୁ ହାରିବା ପରେ ଶେଷରେ ପୁଲିସ ଆଗରେ ୪ଜଣ ସାଙ୍ଗଙ୍କ ବିରୋଧରେ ଅଭିଯୋଗ କରିଥିଲେ ପୀଡ଼ିତା । ପୁଲିସ ଅଭିଯୋଗ ଗ୍ରହଣ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାର ଉଦ୍ୟମ କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର