ଖଣ୍ଡଗିରି : ଚାକିରି ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ

ଖଣ୍ଡଗିରି : ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଗେଷ୍ଟ ହାଉସ୍‌ରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, କଟକ ଗୋବିନ୍ଦପୁର ଅଞ୍ଚଳର ବାବୁଲି ସାହୁ(୨୭)। ଜାମିନ୍ ନାମଞ୍ଜୁର ହେବାରୁ ବାବୁଲିକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ, ଅଗଷ୍ଟ ୨୮ ତାରିଖରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଏକ ଗେଷ୍ଟ ହାଉସ୍‌ରେ ଚଢ଼ଉ କରାଯାଇଥିଲା। ଦେହ କାରବାର ହେଉଥିବା ଅଭିଯୋଗରେ ହୋଇଥିବା ଏହି ଚଢ଼ଉ ବେଳେ ୩ଜଣ ଯୁବତୀ ‌ଉଦ୍ଧାର ହୋଇଥି‌ଲେ ଓ ଦଲାଲମାନେ ଫେରାର୍ ହୋଇଯାଇଥିଲେ। ତେବେ ଉଦ୍ଧାର ଯୁବତୀମାନଙ୍କ ମଧ୍ୟରୁ ରଂଜିତା (ଛଦ୍ମନାମ) ଏକ ସଂଗିନ୍ ଅଭିଯୋଗ ଆଣିଥିଲେ। ଦଲାଲ ବାବୁଲି ତାଙ୍କୁ ଚାକିରି କରାଇବା ବାହାନାରେ ଆଣି ଉକ୍ତ ଗେଷ୍ଟହାଉସ୍‌ରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ। ସେହିଦିନଠାରୁ ବାବୁଲି ଫେରାର୍ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର