ଚଳନ୍ତା ଗାଡ଼ିରେ ଯୁବତୀ କଲେ ଏମିତି କାମ କି ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଟ୍ରାଭଲିଂ ପାଇଁ କ୍ୟାବ୍‌ର ସାହାଯ୍ୟ ନେଉଛନ୍ତି। ଯାତ୍ରୀଙ୍କ ଅଭିଯୋଗ ରହିଥାଏ କି ଟ୍ରାଭଲିଂ ସମୟରେ ଚାଳକ ତାଙ୍କ କଥା ଶୁଣି ନଥାଆନ୍ତି ଓ ଖରାପ ବ୍ୟବହାର କରି ଥାଆନ୍ତି। ଅନେକ ଥର ଏହାର ପୁରା ଓଲଟା ଘଟଣା ଦେଖିବାକୁ ମିଳିଥାଏ। କିନ୍ତୁ ସମୟସମୟରେ ଯାତ୍ରୀ ଏମିତି କିଛି କାମ କରିଥାଆନ୍ତି, ତାହା ଆଶ୍ଚର୍ଯ୍ୟ କରି ରଖି ଦେଇଥାଏ। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାର ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଆମେରିକାର ବ୍ରୁକଲିନ୍‌ ସହରରେ ଘଟିଥିବା ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରିବେ କି କ୍ୟାବ୍‌ ପଛ ସିଟ୍‌ରେ ଦୁଇ ଯୁବତୀ ଓ ଜଣେ ଯୁବକ ବସିଛନ୍ତି ଏବଂ କ୍ୟାବ୍‌ ଚାଳକ ଗାଡ଼ି ଚାଳଉଛନ୍ତି। ମଝିରେ ବସିଥିବା ଯୁବତୀ କ୍ୟାବ୍‌ର ଟିପ୍‌ ବକ୍ସରେ ରଖାଯାଇଥିବା ଟଙ୍କା ଚୋରାଇ କ୍ୟାବ୍‌ରୁ ଓହ୍ଲାଇ ଫେରାର ହୋଇଯାଉଛି। ଯୁବତୀଙ୍କ ଏହି କାରନାମା ଗାଡ଼ିରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ୍‌ ହୋଇଯାଇଥିଲା। ଭିଡିଓ ଦେଖାଯାଉଥିବା ଯୁବତୀଙ୍କ ପରିଚୟ ମିଳି ସାରିଛି। ଯୁବତୀଙ୍କ ନାମ ଗୋବ୍ରିଏଲ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର