ପ୍ରେମିକ ବିବାହିତ ବୋଲି ଜଣା ପଡ଼ିବା ପରେ ପଡ଼ୋଶୀ ଯୁବକ ସହ ମିଶି ହତ୍ୟା କଲା ପ୍ରେମିକା

ରାୟପୁର : ଛତିଶଗଡ଼ର ରାୟପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହିତ ବୋଲି ଜଣାଇ ନ ଥିବାରୁ ପଡ଼ୋଶୀ ଯୁବକଙ୍କ ସହାୟତାରେ ପ୍ରେମିକା ପ୍ରେମିକକୁ ହତ୍ୟା କରିଛି।  ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । କିଛି ଦିନ ତଳେ ଯୁବକଙ୍କ ମୃତ ଦେହ ରାସ୍ତା କଡ଼ରୁ ମିଳିବା ପରେ ପୁଲିସ ଏହାର ପ୍ରକୃତ ହତ୍ୟାକାରୀ କିଏ ତାକୁ ଖୋଜିବା ଆରମ୍ଭ କରିଥିଲା । ତଦନ୍ତର କିଛି ଦିନ ପରେ ମୃତକର ପ୍ରେମିକା ହିଁ ଅଭିଯୁକ୍ତ ବୋଲି ଜଣା ପଡ଼ିବା ପରେ ପୁଲିସ ପ୍ରେମିକା ଏବଂ ତା’ର ଦୁଇ ସାଥୀଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ,ମୃତକ ସୁଶିଲଙ୍କର ଯମୁନାଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ସୁଶିଲ ଜଣେ ବିବାହିତ ପୁରୁଷ ବୋଲି ଜାଣି ନଥିଲେ ଯମୁନା । ପ୍ରେମ ସଂପର୍କର କିଛି ମାସ ପରେ ଯମୁନାଙ୍କୁ ସୁଶିଲଙ୍କ ସତ ଜଣା ପଡ଼ିବା ପରେ ସେ ରାଗି ଉଠିଥିଲେ। ପରେ ସେ ନିଜର ପଡ଼ୋଶୀ ବିନୟଙ୍କୁ ସୁଶୀଲଙ୍କୁ ହତ୍ୟା କରିବାର ସୁପାରୀ ଦେଇଥିଲେ । ସୁଶୀଲ ବିନୟଙ୍କୁ ଆଗରୁ ଜାଣିଥିବାରୁ ମଦ ପିଇବା ବାହାନାରେ ଡ଼ାକି ବିନୟ ସୁଶୀଲଙ୍କୁ ଛୁରି ଭୁସିବା ସହ ଗଳା ଚିପି ହତ୍ୟା କରିଥିଲେ ।

Free Press Journal

ବିନୟଙ୍କୁ ଏହି କାମରେ ତାଙ୍କର ଜଣେ ସାଥୀ ସାହାଯ୍ୟ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ପ୍ରେମିକା ଗିରଫ ହେବା ପରେ ବିନୟଙ୍କ ସହ ମଧ୍ୟ ତାଙ୍କର ପ୍ରେମ ସଂପର୍କ ଥିବା କହିଛନ୍ତି ଗାଁ ଲୋକେ ।

ସମ୍ବନ୍ଧିତ ଖବର