ଛେଳି ଚୋର ଗିରଫ, ସ୍କୁଟର ଜବତ

ବାଲିଅନ୍ତା: ବାଳକାଟି ଫାଣ୍ଡି ପୁଲିସ ଛେଳି ଚୋରି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟ୍‌ ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଏରକଣ୍ଟା ଗ୍ରାମର ମାନସ ଓରଫ ଦିଲ୍ଲୀପ ଭୋଇ (୨୭)। ପୁଲିସ ଏଥିରେ ବ୍ୟବହୃତ ସ୍କୁଟରକୁ ମଧ୍ୟ ଜବତ କରିଛି। ଏଥିସହିତ ଘଟଣାସ୍ଥଳରୁ ବ୍ୟାଗରେ ବନ୍ଧା ହୋଇଥିବା ୩ଟି ଖାସି ମଧ୍ୟ ଉଦ୍ଧାର କରିଛି। ଏ ସଂପର୍କରେ ବାଲିଅନ୍ତା ଥାନା ଅନ୍ତର୍ଗତ ବିଲିପଡ଼ା ଗ୍ରାମର ବିଜୟ ବେହେରା ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର