ବହୁ ମହିଳାଙ୍କ ସହ ଅଶ୍ଳୀଳ ହରକତ କରୁଥିବା ଗେରୁଆ ପିନ୍ଧା ବାବାଙ୍କ ଭିଡିଓ ଭାଇରାଲ୍; ଲୋକେ ତାତିଲେ

ଯୋଧପୁର: ରାଜସ୍ଥାନ ଯୋଧପୁରରେ ଜଣେ ତଥାକଥିତ  ବାବାଙ୍କ ଯୌନ କେଳେଙ୍କାରୀ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଗେରୁଆ ବେଶଧାରୀ ଅନେକ ମହିଳାଙ୍କ ସହିତ ବାବା ରାସଲୀଳା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ସାମନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଯୋଧପୁରରେ ଜନସାଧାରଣ ଅଭିଯୁକ୍ତ ବାବାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

ଅଭିଯୁକ୍ତ ବାବାଙ୍କ ଅଶ୍ଳୀଳ  ଭିଡିଓ ଏବଂ ଜନ ଅସନ୍ତୋଷକୁ ଆଖିରେ ରଖି ପୁଲିସ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଭିଡିଓରେ ଗେରୁଆ ପିନ୍ଧା ଅଭିଯୁକ୍ତ ବାବା  ଅନେକ ମହିଳାଙ୍କ ସହିତ ରାସଲୀଳା କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ନେଇ କୌଣସି ପ୍ରକାରର ସମ୍ଭାଭିତ ପ୍ରତିକ୍ରିୟା ଉପରେ ପୁଲିସ ନଜର ରଖିଛି । ଯୋଧପୁରର ଡିସିପି ଧର୍ମେନ୍ଦ୍ର କୁମାରଙ୍କ ମୁତାବକ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ କେହି ଏହା ବିରୁଦ୍ଧରେ ମାମଲା ରୁଜୁ କରିନାହାନ୍ତି । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ନିଜ ତରଫରୁ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ, ପୂର୍ବରୁ ମଧ୍ୟ ବିଜେପି ସାଂସଦ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜଣେ ଯୁବତୀଙ୍କ ଠାରୁ ମାଲିସ କରାଉଥିବା ନେଇ ଭିଡିଓ ଭାଇରାଲ ହେଇଥିଲା, ଯାହା ଖୁବ୍ ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାରେ ରାଜନୈତିକ ଚର୍ଚ୍ଚା ଜୋର ଧରିବା ସହ ବିଜେପିକୁ ଅନେକ ପ୍ରଶ୍ନବାଚୀର ସାମ୍ନା କରିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର