ଆୟକର ବିଭାଗ ଅଫିସର ସାଜି ମଣ୍ଡିରେ ପହଞ୍ଚିଲେ ଦୁର୍ବୃତ୍ତ, ୧୧ଲକ୍ଷ ଟଙ୍କା ଏବଂ ସୁନା ଧରି ମାରିଲେ ଚମ୍ପଟ

ନୂଆଦିଲ୍ଲୀ: ଦିଲ୍ଲୀର ଆଜାଦପୁର ମଣ୍ଡିର ବ୍ୟବସାୟୀ ଏବଂ ମଜୁରିଆଙ୍କ ଉପରେ ଖାସ୍‌ ନଜର ରଖିଛନ୍ତି ଲୁଟେରା । ଶନିବାର ମଣ୍ଡିରେ ଥିବା ଫଳ ବ୍ୟବସାୟୀଙ୍କ ଅଫିସକୁ ୬ରୁ୭ଜଣ ଯୁବକ ନିଜକୁ ଆୟକର ବିଭାଗର ଅଧିକାରୀ କହି ପଶିବା ସହ ୧୧ଲକ୍ଷ ଟଙ୍କା ଏବଂ ସୁନା ଗହଣା ଚୋରି କରି ନେଇଥିବା ଜଣା ପଡ଼ିଛି । ଏହା ସହ ଲୁଟେରାମାନେ ଅଫିସରେ ଥିବା କାଗଜପତ୍ର ମଧ୍ୟ ସାଙ୍ଗରେ ନେଇ ଯାଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ,ଏସିଆର ସବୁଠାରୁ ବଡ଼ ଫଳ ଏବଂ ପରିବା ମଣ୍ଡି ଆଜାଦପୁରରେ ଶନିବାର ଏହି ଘଟଣା ଘଟିଥିଲା । ୬-୭ଜଣ ଦୁର୍ବୃତ୍ତ ଆୟକର ବିଭାଗର ଅଧିକାରୀ ସାଜି ଫଳ ବ୍ୟବସାୟୀ ହାଜି ଜମିଲ କୁରେଶିଙ୍କ ଅଫିସରେ ପହଞ୍ଚିଥିଲେ । ଭିତରକୁ ଯାଇ କୁରେଶିଙ୍କୁ ବନ୍ଦୀ କରିବା ସହ ଅଫିସରେ ଥିବା ୧୧ଲକ୍ଷ ଟଙ୍କା ଏବଂ ୫୮୮ଗ୍ରାମ୍‌ ସୁନା ନେଇ ଫେରାର ହୋଇ ଯାଇଥିଲେ ।

The New Daily

ଏହି ଘଟଣା ସଂପର୍କରେ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କୁରେଶି କ’ଣ ପାଇଁ ଏତେ ସୁନା ଅଫିସରେ ରଖିଥିଲେ? କ’ଣ ପାଇଁ ଲୁଟେରା ଯାଉ ଯାଉ ଅଫିସର କାଗଜପତ୍ର ନେଇ ଗଲେ? କୁରେଶି ଅଫିସରେ ଏକା ଥିବା କଥା ସେମାନେ କେମିତି ଜାଣିଲେ?ଏହି ସବୁ ପ୍ରଶ୍ନକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଏ ନେଇ କୁରେଶି ତାଙ୍କ ପାର୍ଟନର ଏବଂ ତାଙ୍କ ଭାଇମାନଙ୍କୁ ଏ ନେଇ ପଚରାଉଚରା କରୁଛି ପୁଲିସ ।

ସମ୍ବନ୍ଧିତ ଖବର