ଏସିଡ୍‌ ଯୋଗାଇଥିବା ସୁନାରି ଗିରଫ

ଡିଏମ୍‌ଏଲ୍‌ଟି ଛାତ୍ରୀଙ୍କୁ ସ୍ୱାମୀର ଏସିଡ୍‌ ମାଡ଼ ଘଟଣା

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପରିସରରେ ଡିଏମ୍‌ଏଲ୍‌ଟି ଛାତ୍ରୀଙ୍କୁ ବିଭାଗୀୟ ଲ୍ୟାବ୍‌ରୁ ଡାକି ଏସିଡ୍‌ ମାଡ଼ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ସ୍ୱାମୀ ନିରଂଜନ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ନିରଂଜନଙ୍କୁ ନାଇଟ୍ରିକ୍‌ ଏସିଡ୍‌ ଯୋଗାଇ ଥିବା ସୁନାରିକୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ସୁନାରିର ନାମ ରୋହିତ ମଙ୍ଗେଶ ତ୍ରିଖଣ୍ଡେ ବୋଲି ଏଏସ୍‌ପି ଶାନ୍ତନୁ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡ଼ା ଗ୍ରାମର ବିପିନ ପ୍ରଧାନଙ୍କ ଝିଅ ମୀନତି ପ୍ରଧାନ ଓ ସ୍ୱାମୀ ନିରଂଜନଙ୍କ ମଧ୍ୟରେ ପାରିବାରିକ କଳହ ଥିଲା। ସେଥିପାଇଁ ଗତ ବର୍ଷ ନଭେମ୍ବର ୧୬ତାରିଖରେ ଏମକେସିଜି ମେଡିକାଲ କଲେଜ ପରିସରରେ ଲ୍ୟାବ୍‌ରେ ଥିବା ବେଳେ ବାହାରକୁ ଡାକି ନିରଂଜନ ଅତର୍କିତ ଭାବେ ଏସିଡ୍‌ ମାଡ଼ କରି ଫେରାର୍‌ ହୋଇ ଯାଇଥିଲା। ନିରଂଜନ ମୁମ୍ବାଇରେ ଲୁଚିଥିବା ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ନିରଞ୍ଜନଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ରୋହିତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର