‌ବେକରେ ଭୁଜାଲି ଲଗାଇ ଚେନ୍ ଲୁଟ୍‌

ଖଣ୍ଡଗିରି : ରବିବାର ରାତି ପ୍ରାୟ ୧୧ଟା ବେଳେ ସ୍ଥାନୀୟ ପଞ୍ଚସଖାନଗରରେ ୩ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କ ବେକରେ ଭୁଜାଲି ଲଗାଇ ସୁନାଚେନ୍ନେ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ ପ୍ରଦୀପ ଦାସ। ସୂଚନାନୁସାରେ ପ୍ରଦୀପ ଜଣେ କାର୍ ଚାଳକ। ଆଜି ଶ୍ରୀ ମହାନ୍ତି ସପରିବାର ଜଗତସିଂପୁରରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ରାତି‌ରେ ଘରକୁ ଫେରିଥିଲେ। ପ୍ରଦୀପ ସେମାନଙ୍କୁ ପଞ୍ଚସଖାନଗରରେ ଛାଡ଼ି ନିଜ ବାଇକ୍‌ ଯୋଗେ ତାଙ୍କ ଘର ଫରେଷ୍ଟପାର୍କ ଅଞ୍ଚଳକୁ ଯାଉଥିଲେ। ମାଲିକଙ୍କ ଘର ପାଖରୁ କିଛି ବାଟ ଯାଇଥିବାବେଳେ ଏକ ବାଇକ୍‌ରେ ଥିବା ୩ ଜଣ ଯୁବକ ତାଙ୍କୁ ଅଟକାଇ ତାଙ୍କ ବେକରେ ଭୁଜାଲି ଲଗାଇ ସୁନାଚେନ୍‌କୁ ଛିଡ଼ାଇ ନେଇଥିଲେ। ଏ ନେଇ ଖଣ୍ଡଗିରି ଥାନାରେ ଆସନ୍ତାକାଲି ଅଭିଯୋଗ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର