ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍ ଛକ ନିକଟ ରାଧାକୃଷ୍ଣ ନଗରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଦୁବୃର୍ତ୍ତମାନେ ଝରକା ଓ ଆଲମିରା ତାଡ଼ି ଏକ ଲ୍ୟାପଟପ୍‌, ସୁନା ହାର, ମଙ୍ଗଳ ସୂତ୍ର ଆଦି ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସେଠାରେ ରହୁଥିବା ସୁଶୀଲ ମହାପାତ୍ର ତାଙ୍କ ପରିବାର ସହ ହାଇଦ୍ରାବାଦ୍ ବୁଲିବାକୁ ଯାଇଥିଲେ। ସେମାନେ ଆଜି ଆସି ଦେଖନ୍ତି ତ ତାଙ୍କର ଘର ଝରକା, କବାଟ ଓ ଆଲମିରା ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି।

ସମ୍ବନ୍ଧିତ ଖବର