ବିମାନବନ୍ଦରରେ ନାବାଳକର ଜାକେଟ୍‌ ଓ ଜୋତାରୁ ବାହାରିଲା ୩ କୋଟି ଟଙ୍କାର ସୁନା

ମୁମ୍ବାଇ: ଏୟାର ଇଣ୍ଟେଲିଜେନ୍‌ସ ୟୁନିଟ୍‌ (ଏଆଇୟୁ) ମୁମ୍ବାଇ ବିମାନବନ୍ଦରରେ ଜଣେ ନାବାଳକର ଜ୍ୟାକେଟ୍‌ ଓ ଜୋତାରୁ ପ୍ରାୟ ୩ କୋଟି ୩୧ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ସୁନା ଜବତ କରିଛି। ବିମାନବନ୍ଦରରେ କଷ୍ଟମ୍‌ ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ଚୋରାଚାଲାଣ ସୁନା ଜବତ ହୋଇଛି।

ଏ ଆଇୟୁ ଏହି ସୁନା ଚୋରା ଚାଲାଣ ମାମଲାରେ ଶ୍ରୀଲଙ୍କାର ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି। ମୁମ୍ବାଇ ବିମାନ ବନ୍ଦରର କଷ୍ଟମ୍‌ କମିଶନର ବି.ରାମା ମେଥ୍ୟୁଙ୍କ ଅନୁଯାୟୀ ନାଜରୀନ୍‌ ମହମ୍ମଦ ରଫି ଓ ଫାତିମା ରିକାଜା ମହମ୍ମଦ୍‌ ଏକ ଛୋଟ ବାଳକ ସହିତ ଜେଟ୍‌ ଏୟାରସ୍ୱେଜ୍‌ର ବିମାନ ୯ ଡବ୍ଲୁ-୦୦୭ରେ ସିଙ୍ଗାପୁରରୁ ମୁମ୍ବାଇକୁ ଯାତ୍ରା କରୁଥିଲେ। ବିମାନଟି ମୁମ୍ବାଇରେ ଅବତରଣ କରିବାପରେ ନାବାଳକ ନାଜରୀନ୍‌ ଓ ଫାତିମାକୁ ଗିରଫ କରାଯାଇଥିଲା। ଆଗରୁ ଏହି ଦୁଇ ମହିଳା ଚୋରା ସୁନା ନେଇ ମୁମ୍ବାଇ ଆସୁଥିବାରୁ ସୂଚନା ମିଳିଥିଲା।

ଗିରଫ ପରେ ନାବାଳକର ଜ୍ୟାକେଟ୍‌ ଓ ଜୋତାରୁ ୧୦୦ ଗ୍ରାମ୍‌ ଓଜନର ୧୦୮ଟି ବିସ୍କୁଟ୍‌ ମିଳିଥିଲା। ଦୁଇ ମହିଳା ଏହି ସୁନା ଚୋରାଚାଲାଣ ଲାଗି ନାବାଳକର ସହାୟତା ନେଇଥିଲ। ଜୋତା ଓ ଜ୍ୟାକେଟ୍‌ ଭିତରେ ମୋଟ୍‌ ୧ କିଲୋଗ୍ରାମ୍‌ ୮୧୬ ଗ୍ରାମ୍‌ ଓଜନର ସୁନା ଲୁଚାଇ ରଖିଥିଲେ ଦୁଇ ମହିଳା।

ସମ୍ବନ୍ଧିତ ଖବର