ଲାଞ୍ଚ ନେଇ ଗ୍ରାମ ରୋଜଗାର ସେବକ ଗିରଫ

କଟକ/ସୁନ୍ଦରଗଡ଼/କୁତ୍ରା : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ପାଇଁ ଶେଷ କିସ୍ତି ଅର୍ଥ ମଞ୍ଜୁର କରାଇଦେବା ସର୍ତ୍ତରେ ୧୨ଶହ ଟଙ୍କା ଲାଞ୍ଚ ନେବାବେଳେ କୁତ୍ରା ବ୍ଲକ ପୁର୍‌କାପାଲି ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ହେମନ୍ତ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠଇ ଦିଆଯାଇଛି। ଅନ୍ୟ ପକ୍ଷରେ ଭିଜିଲାନ୍ସ ପୁଲିସ୍‌ର ଦୁଇଟି ଦଳ ଆଜି ଅଭିଯୁକ୍ତ ହେମନ୍ତଙ୍କ ପୁର୍‌କାପାଲିସ୍ଥିତ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରି ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସଂପତ୍ତି ଠାବ କରିଛନ୍ତି।

ସମ୍ବନ୍ଧିତ ଖବର