ନାତୁଣୀର ହୃତ୍‌ପିଣ୍ଡ ଅସ୍ତ୍ରୋପଚାରର ପୂର୍ବ ଦିନ ଜେଜେ କଲେ ଅସଦାଚାରଣ

ମୁମ୍ବାଇ: ମୁମ୍ବାଇରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୯ ବର୍ଷୀୟା ଝିଅର ହୃତ୍‌ପିଣ୍ଡ ଅସ୍ତ୍ରୋପଚାରର ଠିକ୍‌ ପୂର୍ବ ଦିନ ତାକୁ ନିଜର ଜେଜେବାପା ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଅସଦାଚାରଣ ମାମଲାର ତଦନ୍ତ କରି ପୋସ୍କୋ ଆଇନ୍‌ ମୁତାବକ ଝିଅଟିର ଜେଜେବାପାଙ୍କୁ ଗିରଫ କରାଯାଇଛି।

ଆଜିକାଲି ସ୍କୁଲ୍‌ମାନଙ୍କରେ ବିଭିନ୍ନ ଧରଣର ସଚେତନତାମୂଳକ ଶିକ୍ଷା ପ୍ରଦାନ କରାଯାଉଥିବାରୁ ବାଳିକା ଜଣକ ଭଲ ସ୍ପର୍ଶ ଓ ମନ୍ଦ ସ୍ପର୍ଶ ଭିତରର ପାର୍ଥକ୍ୟ ଜାଣିପାରିଥିଲେ। କିଛି ବର୍ଷ ପୂର୍ବେ ଝିଅଟିର ମାଆଙ୍କ ଦେହାନ୍ତ ହୋଇଯାଇଛି। ଝିଅଟିର ହୃତ୍‌ପିଣ୍ଡରେ ଏକ କଣା ଥିବାରୁ ଏକ ସ୍ୱେଚ୍ଛାସେବୀ ସଂଗଠନ ତା’ର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲା। ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ସବୁ ପ୍ରସ୍ତୁତ ହୋଇ ସାରିଥାଏ। ଅସ୍ତ୍ରୋପଚାର ଠିକ୍‌ ପୂର୍ବ ଦିନ ଝିଅଟି ବିଛଣାରେ ଶୋଇଥିବା ଅବସ୍ଥାରେ ବୃଦ୍ଧ ଜଣକ ନିଜ ନାତୁଣୀ ପାଖକୁ ଯାଇ ତାକୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ।

ମୁମ୍ବାଇରେ ଏପରି ଘଟଣା ଘଟିବାର କିଛି ଘଣ୍ଟା ଭିତରେ ପୁଲିସ୍‌ ଜେଜେବାପାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର