ଭୋପାଳ: ବିବାହର ୪ ଦିନ ପୂର୍ବରୁ ଯୁବକଙ୍କ ଯୌନାଙ୍ଗ କାଟି ନେଇ ପଳାଇଲେ ଦୁର୍ବୃତ୍ତ

ଭୋପାଳ: ବିବାହର ୪ ଦିନ ପୂର୍ବରୁ ଭୋପାଳର ଜଣେ ଯୁବକଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି ଦୁର୍ବୃତ୍ତମାନେ। କେବଳ ଯୁବକଙ୍କ ଲିଙ୍ଗ ଛେଦନ କରିନାହାଁନ୍ତି, କୌଣସି ପରିସ୍ଥିତିରେ ଯେପରି ଏହାକୁ ପୁଣି ଥରେ ଅସ୍ତ୍ରୋପଚାର ପରେ ଯୋଡ଼ା ଯାଇ ନ ପାରେ, ସେଥିପାଇଁ ଏହାକୁ ଦୁର୍ବୃତ୍ତମାନେ କାଟି କେଉଁଆଡ଼େ ଫିଙ୍ଗି ଦେଇଛନ୍ତି ବୋଲି ପୁଲିସ କହିଛି।
ମଧ୍ୟ ପ୍ରଦେଶର ମୋରେନା ଜିଲ୍ଲାର ୨୫ ବର୍ଷୀୟ ଜଣେ ଯୁବକଙ୍କର ଆସନ୍ତା ୬ ତାରିଖ ଦିନ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଯୁବକ ଜଣକ ଗତକାଲି ସକାଳେ ଶୌଚ ହେବା ପାଇଁ ନଦୀ ପଠାକୁ ଯାଇଥିଲେ। ସେଠାରେ ଦୁଇ ଜଣ ଯୁବକ ତାଙ୍କୁ ଯୋର ଜବରଦସ୍ତ ଟାଣି ନେବା ସହିତ ତାଙ୍କ ଯୌନାଙ୍ଗକୁ କାଟି ଦେଇଥିଲେ। ଯୌନାଙ୍ଗକୁ କାଟିବା ପରେ ଦୁର୍ବୃତ୍ତମାନେ ଏହାକୁ ସାଙ୍ଗରେ ନେଇ ପଳାଇ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକେ ତାଙ୍କ ଘରକୁ ଖବର ଦେଇଥିଲେ ଓ ସେମାନେ ତାଙ୍କୁ ଡାକ୍ତରଖନାରେ ଭର୍ତ୍ତି କରିଛନ୍ତି। ଯୁବକ ଜଣକଙ୍କ ଚେତା ଫେରି ନ ଥିବାରୁ କିଏ ଏପରି କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ। ପରିବାର ଲୋକେ ମଧ୍ୟ କୌଣସି ଶତ୍ରୁଲୋକ ଏପରି କରି ଥାଇପାରେ ନେଇ କିଛି ଅଭିଯୋଗ କରି ନାହାଁନ୍ତି। ତେବେ ଯୁବକଙ୍କ ଯୌନାଙ୍ଗକୁ ଅପରାଧସ୍ଥଳରେ ବହୁତ ଖୋଜିବା ପରେ ମଧ୍ୟ ମିଳି ନ ଥିଲା। ତେଣୁ ସମ୍ଭବତଃ ଦୁର୍ବୃତ୍ତମାନେ ଏହାକୁ ସାଙ୍ଗରେ ନେଇ ଯାଇଛନ୍ତି। ଫଳରେ ଅସ୍ତ୍ରୋପଚାର ଦ୍ୱାରା ଏହାର ରିକନଷ୍ଟ୍ରକ୍ସନ କରିବା ନେଇ ଆଶଙ୍କା ରହିଛି ବୋଲି ତଦନ୍ତକାରୀ ସବ୍‌ ଇନସପେକ୍ଟର ଅମିତ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର