ବିବାହ ବେଦୀରେ ସାତ୍‌ ଫେରା ଚାଲୁଥିବା ସମୟରେ ସାମ୍ନାକୁ ଆସିଲା ବରଘର ଲୁଚାଇଥିବା କଥା, ବର ସମେତ ପୂରା ପରିବାର ଗଲା ଜେଲ୍‌

ବୁଲନ୍ଦସହର : ବୁଲନ୍ଦସହରରେ ଅନୁଷ୍ଠିତ ଏକ ବିବାହ ସମୟରେ ସାତ୍‌ ଫେରା ଚାଲୁଥିବା ସମୟରେ ବରର ସମସ୍ୟା ଦେଖି କନ୍ୟା ବିବାହ ପାଇଁ ମନା କରିବା ସହ ବେଦୀରୁ ଉଠି ଯାଇଥିଲା । ବିବାହ ପୂର୍ବରୁ ବରର ଏହି ସମସ୍ୟା ଥିବା ବିଷୟରେ ନ ଜଣାଇଥିବାରୁ କନ୍ୟାପକ୍ଷ ପୁଲିସରେ ଅଭିଯୋଗ କରିଥିଲେ । ଯାହାପରେ ବର ସମେତ ପୂରା ପରିବାରକୁ ଜେଲ୍‌ଯିବାକୁ ପଡ଼ିଥିଲା ।

The Telegraph

ସୂଚନା ମୁତାବକ, ବିବାହର ରୀତିନୀତି ସରିବା ପରେ ସାତ୍‌ ଫେରା ପାଇଁ ଉଭୟ ବର-ବଧୂ ଠିଆ ହୋଇଥିଲା । ଫେରା ଆରମ୍ଭ ହେବାର କିଛି ସମୟରେ ବରକୁ ବାତ ମାରିବା ଆରମ୍ଭ ହୋଇଥିଲା । ଏହି ଦୃଶ୍ୟ ଉପସ୍ଥିତ ଥିବା ସମସ୍ତଙ୍କ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ କନ୍ୟପକ୍ଷ ହଠାତ୍‌ କିଛି ବୁଝି ପାରି ନଥିଲେ । ପରେ ସବୁ ସତ ସାମ୍ନାକୁ ଆସିବ ପରେ କ୍ଷମା ପ୍ରାର୍ଥନା କରି ବିବାହ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏତେ ବଡ଼ ମିଛ କହି ଠକିଥିବାରୁ କନ୍ୟା ପକ୍ଷ ବିବାହ ପାଇଁ ରାଜି ନ ହୋଇ ପୁଲିସରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଦୁଇ ପକ୍ଷ ମଧ୍ୟରେ ପୁଲିସ ବୁଝାମଣା କରିବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର