ବିବାହ ରୀତିନୀତି ଶେଷ ହେବାକୁ ଆଉ କିଛି ସମୟ ବାକିଥିବା ବେଳେ ବେଦୀ ଉପରେ ଟଳି ପଡ଼ିଲା ବର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଥାନାସ୍ଥିତ ରାମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବେଦୀରେ ବସି ସାତଜନ୍ମକୁ ବାଟ ଚାଲିବା ପାଇଁ ଅଗ୍ନୀକୁ ସାକ୍ଷୀ ରଖି ବର-କନ୍ୟା ଶପଥ ନେଉଥିବା ବେଳେ ହଠାତ୍‌ ବର ଛାତିରେ ଗୁଳି ବାଜିଥିଲା। ଫଳରେ ବେଦୀ ଉପରେ ହିଁ ବରର ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ରବିବାର ରାତିରେ ବିବାହ ପାଇଁ ବର କନ୍ୟା ଘରେ ପହଞ୍ଚି ଯାଇଥିଲା। ବେଦୀରେ ଚାଲିଥାଏ ବିବାହ ରୀତିନୀତି। ଏହି ସମୟରେ ବରଘର ପକ୍ଷରୁ ହର୍ଷ ଫାୟାରିଙ୍ଗ ସହିତ ନୃତ୍ୟ ସଙ୍ଗୀତ ଚାଲିଥାଏ। ଗୋଟିଏ ପରେ ଗୋଟିଏ ଗୁଳି ଫୁଟା ଯାଉଥାଏ। ଏହି ସମୟରେ ଆକସ୍ମିକ ଭାବେ ଗୋଟିଏ ଗୁଳି ଆସି ସିଧା ବରର ଛାତିରେ ବାଜିଥିଲା। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି କି, ଯେମିତି ହିଁ ବର ସୁନୀଲ ବର୍ମାଙ୍କ ଶରୀରର ଗୁଳି ବାଜିୁଛି ସେ ଦୁଇଟି ହାତରେ ଛାତିକୁ ଜାବୁଡ଼ି ଧରି ଛଟପଟ ହୋଇ ମଣ୍ଡପରେ ପଡ଼ି ଯାଉଛନ୍ତି। ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ପୁଲିସ ଫାୟାରିଙ୍ଗ କରିଥିବା ବ୍ୟକ୍ତି ରାମଚନ୍ଦ୍ରକୁ ଖୋଜୁଛି। ଜିଲ୍ଲା ପ୍ରାଶାସନଙ୍କ କହିବାନୁସାରେ, ହର୍ଷ ଫାୟାରିଙ୍ଗକୁ ରୋକା ଯାଇଛି। ଏହାସତ୍ତ୍ୱେ ବି ଲୋକମାନେ ଏହାର ଉଲଂଘନ କରି ବିବାହରେ ଫାଙ୍କା ଗୁଳୁ ଚାଳନା କରୁଛନ୍ତି।

 

ସମ୍ବନ୍ଧିତ ଖବର