ଖଣ୍ଡଗିରି: ଜାଗମରାରେ ଲାଗିଥିବା ଗୋଷ୍ଠୀ ସଂଘର୍ଷର ଅନ୍ତ ଘଟି ନ ଥିବାବେଳେ ଗତକାଲି ରାତିରେ ପୁଣି ଭିନ୍ନ ଏକ ମାମଲାରେ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଲେ ରଘୁ ମହାନ୍ତି। ଏହି ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ଆଶିଷ ଦାସ ଓରଫ୍ ବିଭୁ (୨୨)। ପୁଲିସ ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ରଘୁ ଜାଗମରା ପେଟ୍ରୋଲ ପମ୍ପ ନିକଟରେ ଥିବା ବେଳେ ସେହି ଗାଁର ପ୍ରାୟ ୧୦/୧୨ ଜଣ ଯୁବକ ତାଙ୍କୁ ଘେରି ଯାଇ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ରଘୁ ଗୁରୁତର ଆହତ ହୋଇଥିଲେ। ତେବେ ଗାଁରେ ଗୋଷ୍ଠୀ ସଂଘର୍ଷ ପାଇଁ ମୁତୟନ ହୋଇଥିବା ପୁଲିସ ବଳ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳକୁ ଧାଇଁ ଯିବାରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ରଘୁଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିିଲା। ପରେ ବିଭୁଙ୍କୁ ଗିରଫ କରାଯାଇଥିଲା। ତେବେ ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଥିବା ଜଣାପଡ଼ିଛି।
ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ଗିରଫ
/sambad/media/post_attachments/wp-content/uploads/2018/05/arrested-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)