ପରସ୍ପରକୁ ଚୁମ୍ବନ ଦେଉଥିବା ବେଳେ ସ୍ତ୍ରୀର ଜିଭ କାଟିଦେଲା ସ୍ୱାମୀ !

ଅହମଦାବାଦ୍‌ : ଗୁଜୁରାଟର ଜୁହୁପ୍ରରେ ଏକ ଅଜବ ଘଟଣା ଘଟିଛି । ଚୁମ୍ବନ ଦେଉଥିବା ସମୟରେ ଜିଭ ଫସିଯିବାରୁ ସ୍ୱାମୀ ନିଜ ସ୍ତ୍ରୀର ଜିଭ କାଟିଦେବା ଭଳି ଅଜବ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ପୂର୍ବ ସପ୍ତାହରେ ଘଟିଥିବା ବେଳେ ପୁଲିସ ଅଭିଯୁକ୍ତ ଅୟୁବ ମନ୍‌ସୁରଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି ।

ଅଭିଯୁକ୍ତ ପୁଲିସକୁ ଦେଇଥିବା ସୂଚନା ଅନୁଯାୟୀ, ଉଭୟ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଚୁମ୍ବନ ଦେଉଥିବା ବେଳେ ଦୁହିଁଙ୍କ ଜିଭ ପରସ୍ପର ସହ ଛନ୍ଦି ହୋଇ ଯାଇଥିଲା । ଏହାକୁ ଦେଖି ତରବରିଆ ଭାବରେ ଅଭିଯୁକ୍ତ ନିଜ ସ୍ତ୍ରୀର ଜିଭ କାଟି ଦେଇଥିଲା । ସ୍ତ୍ରୀ ପାଟିରୁ ଅଧିକ ରକ୍ତସ୍ରାବ ହେଉଥିବା ଦେଖି ଅଭିଯୁକ୍ତ ଘରର କବାଟ ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ବହୁ କଷ୍ଟରେ ପୀଡ଼ିତା ଘରୁ ବାହାରି ଡାକ୍ତରଖାନାରେ ପହଞ୍ଚିଥିଲେ । ତାଙ୍କ ଅବସ୍ଥା ଦେଖି ଡାକ୍ତର ତୁରନ୍ତ ତାଙ୍କ ସର୍ଜରୀ କରାଇଥିଲେ, ଯାହା ପରେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି । କିନ୍ତୁ ଏବେ ବି ସେ କିଛି ଖାଇ ନ ପାରିବା ସହ କଥା କହି ପାରୁ ନାହାନ୍ତି । ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ପୁଲିସ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

Image result for rape
India Today

ଗିରଫ ପରେ ପୀଡ଼ିତା ମନ୍‌ସୁରର ତୃତୀୟ ପତ୍ନୀ ବୋଲି ଜଣାପଡ଼ିଛି । ପ୍ରଥମ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗରେ ତାଙ୍କ ଉପରେ ହତ୍ୟା ଅଭିଯୋଗ ଲାଗିଥିବା ବେଳେ ଦ୍ୱିତୀୟ ସ୍ତ୍ରୀଙ୍କୁ ମାଡ଼ ମାରୁଥିବାରୁ ସେ ମନ୍‌ସୁର୍‌ଙ୍କୁ ଛାଡ଼ି ପଳାଇଥିଲେ । ଯାହା ପରେ ମନ୍‌ସୁର ମାର୍ଚ୍ଚ ୨୦୧୮ରେ ପୀଡ଼ିତାଙ୍କୁ ତୃତୀୟ ବିବାହ କରିଥିଲେ ।

ସମ୍ବନ୍ଧିତ ଖବର