ହାତରେ କୁକୁଡା ଧରି ଜଙ୍ଗଲୀ ସିଂହଙ୍କୁ ଦେଖାଉଥିଲେ ଲୋଭ, ଘଟିଲା ଏପରି ଘଟଣା

ନୂଆଦିଲ୍ଲୀ: ଗେଲ ଖେଳୁଖେଳୁ ତେଲ ବାହାରି ଯାଇଥାଏ ବୋଲି କଥାରେ ଅଛି। ଗୁଜୁରାଟରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁଇଜଣ ବ୍ୟକ୍ତି ଜଙ୍ଗଲରେ ବସି ସିଂହ ସହିତ ଏଭଳି ସ୍ୱଭାବ ଦେଖାଉଛନ୍ତି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି ଏମାନେ କାହିଁକି ଏଭଳି ମୃତ୍ୟୁ ସହ ଖେଳୁଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି କି ଦୁଇଜଣ ଲୋକ ଜଙ୍ଗଲରେ ଏକ ଚଟେଇ ବିଛାଇ ବସିଛନ୍ତି। ଦୁହିଁଙ୍କ ମଧ୍ୟରୁ ଜଣେ ହାତରେ କୁକୁଡା ଧରିଛି। ସେମାନଙ୍କ ପାଖରେ ଏକ ସିଂହ ଛିଡା ହୋଇଛି। ସିଂହ ଓ ମଣିଷ ମଧ୍ୟରେ ଏକ ମିଟରର ଦୂରତା ରହିଛି। ଏହି ବ୍ୟକ୍ତି ଜଣକ ସିଂହକୁ ଲୋଭ ଦେଖାଇବା ପାଇଁ ହାତରେ ଧରିଥିବା କୁକୁଡାକୁ ହଲାଉଛି। ସିଂହ ସେହି କୁକୁଡାକୁ ଦେଖି ଝାମ୍ପିବା ପାଇଁ ଚେଷ୍ଟା କରୁଛି। ଶେଷରେ ଉକ୍ତ ବ୍ୟକ୍ତି ଜଣକ କୁକୁଡାକୁ ସିଂହ ଆଡକୁ ପିଙ୍ଗି ଦେଉଛନ୍ତି। ଆଖି ପିଛୁଆଳେ ସିଂହ କୁକୁଡାକୁ ନେଇ ଜଙ୍ଗଲ ଭିତରକୁ ଦୌଡ଼ି ପଳାଉଛି। ଏହି ଦୃଶ୍ୟକୁ ଦେଖି ମନରେ ଏଭଳି ପ୍ରଶ୍ନ ଉଠୁଛି କି ଯଦି ଟିକେ ବି କିଛି ଏପଟସେପଟ ହୋଇଥାଆନ୍ତା ତେବେ ଉକ୍ତ ବ୍ୟକ୍ତିଙ୍କ ଜୀବନଟି ଚାଲି ଯାଇ ଥାଆନ୍ତା। ଏମାନଙ୍କ ସହିତ ଜଣେ ମହିଳା ବି ଥିବାର ଦେଖିବାକୁ ମିଳୁଛି। ଯେଉଁଥିରୁ ଅନୁମାନ ଲଗାଯାଇ ପାରୁଛି କି ଏମାନେ ସମ୍ପୂର୍ଣ୍ଣ ଯୋଜନା କରି ଜଙ୍ଗଲ ଭିତରକୁ ପଶୁମାନଙ୍କୁ ହଇରାଣ ହରକତ କରିବା ପାଇଁ ଆସିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ, ପୁଲିସ ଉକ୍ତ ଘଟଣା ସହିତ ଜଡ଼ିତ ସାତଜଣଙ୍କ ନାମରେ ମାମଲା ରୁଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର