ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବାର ଯୋଜନା କରିଥିଲା ସ୍ତ୍ରୀ, କିନ୍ତୁ ଚାଲିଗଲା ପ୍ରେମିକ ଓ ସ୍ୱାମୀର ଜୀବନ

ସୁରଟ୍‌ : ବିବାହ ପରେ ପର ପୁରୁଷ ସହ ଅବୈଧ ସଂପର୍କ ରଖିଥିଲେ ମହିଳା । ପ୍ରେମିକ ସହ ସୁନାର ସଂସାର ଗଢ଼ିବାର ସ୍ୱପ୍ନ ଦେଖି ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବାର ଯୋଜନା କରିଥିଲା ସ୍ତ୍ରୀ । କିନ୍ତୁ ଶେଷର ପୂରା ଘଟଣା ବଦଳି ଯାଇଥିଲା । ସ୍ୱାମୀ ସହ ପ୍ରେମିକ ମଧ୍ୟ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିଲା । ଏବେ ଦୁହିଁଙ୍କ ହତ୍ୟା ମାମଲାକୁ ନେଇ ପୁଲିସ ଅଭିଯୁକ୍ତ ଖୁସ୍‌ବୁ ପଟେଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ପରେ ଖୁସ୍‌ବୁ ପୁଲିସକୁ ପୂରା କାହାଣୀ ଜଣାଇଛି ।

Image result for gujarat-wifes-murder-plot-goes-awry-after-lover-husband-drown-in-same-lake
Times of India

ପୁଲିସ ସୂଚନାନୁସାରେ, କିଛି ଦିନ ତଳେ ଖୁସ୍‌ବୁ ଏକ ସେମିନାରରେ ଘରୋଇ ବ୍ୟାଙ୍କରେ ଚପରାସୀ ଥିବା ତୁଷାରଙ୍କୁ ଭେଟିଥିଲେ । କିଛି ଦିନର କଥାବର୍ତ୍ତା ପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିବା ସହ ବିବାହ କରିବାକୁ ଚାହିଁଥିଲେ । ଖୁସ୍‌ବୁ ଏ ନେଇ ବିଦ୍ୟୁତ୍‌ ବିଭାଗରେ କାମ କରୁଥିବା ସ୍ୱାମୀ କମଲଙ୍କୁ ଜଣାଇଥିଲେ ମଧ୍ୟ ଛାଡ଼ପତ୍ର ଦେବାକୁ ମନା କରି ଦେଇଥିଲେ କମଲ । ଫଳରେ ଖୁସ୍‌ବୁ ଓ ତୁଷାର ମିଶି କମଲଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । ଘଟଣାଦିନ ନିଜ ପୁଅକୁ ଆଣିବା ବାହାନାରେ ଖୁସ୍‌ବୁ କମଲଙ୍କୁ ନେଇ ପାଖ ଗାଁକୁ ବାହାରିଥିଲେ। ବାଟରେ ଶୌଚାଳୟ ଯିବି ବୋଲି କହି ଖୁସ୍‌ବୁ ଏକ ପୋଖରୀ ପାଖରେ କମଲଙ୍କୁ ଅଟକାଇଥିଲେ । ଏହି ସମୟରେ ପୂର୍ବରୁ ଜଗି ରହିଥିବା ତୁଷାର କମଲଙ୍କୁ ପୋଖରୀକୁ ଠେଲି ଦେବାକୁ ଚେଷ୍ଟା କରିବା ସମୟରେ କମଲ ତୁଷାରଙ୍କୁ ଧରି ପକାଇଥିଲେ । ଯାହା ଫଳରେ ଦୁହେଁ ତଳକୁ ଖସି ପଡ଼ିବା ସହ ମୃତ୍ୟୁବରଣ କରିଥିଲେ । ଖୁସ୍‌ବୁ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ ଆଖ ପାଖରେ କେହି ନଥିବାରୁ ପାଣିରେ ବୁଡ଼ି ଦୁହିଁଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର