ବନ୍ଧୁକ ବେପାରୀ ଗିରଫ

0

ଭୁବନେଶ୍ୱର: ଆଜି ରାତି ପ୍ରାୟ ୧୦ଟା ବେଳେ ସହିଦନଗର ଥାନା ପୁଲିସ ଓ କ୍ୱିକ୍‌ ଆକ୍ସନ୍‌ ଟିମ୍‌ ମିଳିତ ଭାବେ ଚଢ଼ାଉ କରି ଦୁର୍ଦାନ୍ତ ଅପରାଧୀ ମାନା ଭୋଇକୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ପୁଲିସ ରବିବାର ରାତିରେ ମାନାର ବାଲିଅନ୍ତାସ୍ଥିତ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ ତା ନିକଟରୁ ଗୋଟେ ମାଉଜର୍‌ ଓ ଅଫୁଟା ଗୁଳି ଜବତ କରିଛି। ପୁଲିସ୍‌ ମାନାକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ମାନା ନାଁରେ ରାଜଧାନୀ ଓ ରାଜଧାନୀ ଉପକଣ୍ଠ ଥାନାରେ ଏକାଧିକ ମାମଲା ଥିବା ପୁଲିସ କହିଛି। ବନ୍ଧୁକ ଦେଖାଇ ରାଜପଥରେ ଡକାୟତି, ଚୋରି, ଲୁଟ୍‌ ଆଦି ବିଭିନ୍ନ ଅପରାଧିକ ମାମଲାରେ ସେ ଜଡ଼ିଥିବା ପୁଲିସ ଜାଣିବାକୁ ପାଇଛି। ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛିି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.